ବାତ୍ୟା ‘ଗୁଲାବ’: ୩ ଘଣ୍ଟା ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା, ୭୦ରୁ ୮୦ କିମି ବେଗରେ ବହିବ ପବନ

author img

By

Published : Sep 26, 2021, 11:33 AM IST

ବାତ୍ୟା ‘ଗୁଲାବ’: ରାତି ୯ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା

ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଗୁଲାବ’ । ରାତି ୯ ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ପବନର ବେଗ ୭୦ ରୁ ୮୦ କିମି ରହିବା ବେଳେ ସର୍ବାଧିକ ୯୦ କିମି ପର୍ଯ୍ୟନ୍ତ ଯିବ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ‘ଗୁଲାବ’ । ରାତି ୯ ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟା ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ପବନର ବେଗ ୭୦ ରୁ ୮୦ କିମି ରହିବା ବେଳେ ସର୍ବାଧିକ ୯୦ କିମି ପର୍ଯ୍ୟନ୍ତ ରହିବ । ତେବେ ଗଞ୍ଜାମର ଗୋପାଳପୁରଠାରୁ 270 କିମି ଦୂରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହେବ । ଏବେ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ 330 କିମି ଦୂରରେ ଅଛି ବାତ୍ୟା । 6 ଘଣ୍ଟା ଧରି 10 କିମି ବେଗରେ ଗତି କରୁଛି ବାତ୍ୟା ଗୁଲାବ ।

ବାତ୍ୟା ‘ଗୁଲାବ’: ରାତି ୯ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ ପ୍ରକ୍ରିୟା

ଏପଟେ ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରାଯାଉଛି। ଏହି ଦୁଇ ଜିଲ୍ଲାରେ ପବନର ବେଗ ରହିବ ୭୫ - ୮୫ କିମି। ଉତ୍ତର -ଦକ୍ଷିଣ ହିସାବରେ ୧୭୨ କିଲୋମିଟର ରହିଛି ବାତ୍ୟାର ବ୍ୟାସାର୍ଦ୍ଧ । ସେହିପରି ପୂର୍ବ-ପଶ୍ଚିମ ହିସାବରେ ୧୨୫ କିମି ରହିଛି ବାତ୍ୟାର ବ୍ୟାସାର୍ଦ୍ଧ । ଆକସ୍ମିକ ବନ୍ୟା, ଲ୍ୟାଣ୍ଡ ସ୍ଲାଇଡ୍ ହେବାର ମଧ୍ୟ ସମ୍ଭାବନା ରହିଛି ।

ସେହିପରି ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ କିମି ରହିବା ସହ ବର୍ଷା ହେବ । କିନ୍ତୁ ସମୟେ ସମୟେ ୬୫ କିମି ରହିବ ପବନର ବେଗ । ଲ୍ୟାଣ୍ଡଫଲର ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ । ତେବେ ଆସନ୍ତାକାଲି ମଧ୍ୟ ବର୍ଷା ଜାରି ରହିବ। ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.