ସରକାରଙ୍କୁ ଭୋଟ ଦେଇ ନିର୍ବାଚିତ କରିନାହିଁ ଜିନ୍ଦଲ କମ୍ପାନୀ: CPIM

author img

By

Published : Jan 15, 2022, 5:37 PM IST

ଜିନ୍ଦଲ କମ୍ପାନୀ ସରକାରକୁ ଭୋଟ ଦେଇ ନିର୍ବାଚିତ କରିନାହିଁ :CPIM

ଜିନ୍ଦଲ କମ୍ପାନୀର ସ୍ୱାର୍ଥପାଇଁ ଢିଙ୍କିଆରେ ନିରୀହଙ୍କ ଉପରେ ପୋଲିସର ଲାଠି ମାଡକୁ ନିନ୍ଦା କରାଯାଇଛି । ପୋଲିସର ଏଭଳି ଅତ୍ୟାଚାର ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି CPIM । ଅଧିକ ପଢନ୍ତୁ

ଭୁବନେଶ୍ବର: ଜିନ୍ଦଲ କମ୍ପାନୀର ସ୍ୱାର୍ଥପାଇଁ ଢିଙ୍କିଆରେ ନିରୀହଙ୍କ ଉପରେ ପୋଲିସର ଲାଠି ମାଡକୁ ନିନ୍ଦା କରାଯାଇଛି । ପୋଲିସର ଏଭଳି ଅତ୍ୟାଚାର ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି CPIM । ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଉତ୍ତରଦାୟୀ ବୋଲି ସିପିଆଇଏମ(CPIM) ଅଭିଯୋଗ କରିଛି ।

ଜିନ୍ଦଲ କମ୍ପାନୀ ସରକାରକୁ ଭୋଟ ଦେଇ ନିର୍ବାଚିତ କରିନାହିଁ :CPIM

ଏନେଇ ରାଜ୍ୟବାସୀଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ରଖିବାକୁ ଦାବି କରିଛି ଦଳ । ରାଜ୍ୟ ସରକାରଙ୍କ ଏହି ଜନବିରୋଧୀ କାର୍ଯ୍ୟ ବିରୋଧରେ ରାଜ୍ୟବାସୀ ପ୍ରତିବାଦ କରିବାକୁ ଆହ୍ବାନ ଦେଇଛି ଦଳ । ରାଜ୍ୟ ସରକାର ମନେ ରଖିବା ଆବଶ୍ୟକ ଯେ ଲୋକେ ଭୋଟ ଦେଇ ସରକାରଙ୍କୁ ନିର୍ବାଚିତ କରିଛନ୍ତି ।

ଜିନ୍ଦଲ କମ୍ପାନୀ ସରକାରକୁ ଭୋଟ ଦେଇ ନିର୍ବାଚିତ କରିନାହିଁ । ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ସାଙ୍ଗକୁ ଲୋକଙ୍କ ଜୀବନ ଜୀବିକା ଓ ଭିଟାମାଟିକୁ ବିପନ୍ନ କରି ଜିନ୍ଦଲର କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କର ଏତେ ଜିଦି କାହିଁକି ବୋଲି ସିପିଆଇ ଏମ ପ୍ରଶ୍ନ କରିଛି । ଏହି ପରିପ୍ରେକ୍ଷୀରେ ଦଳ ତରଫରୁ 5 ଦଫା ଦାବି ଗୁଡିକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରାଯାଇଛି । ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର , ଦୁଷ୍ମନ୍ତ ଦାସ ଓ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.