ଢିଙ୍କିଆରେ ପୋଲିସ-ଜନତା ମୁହାଁମୁହିଁ ଘଟଣା: ତଦନ୍ତ ଦାବିରେ ଗର୍ଜିଲା କଂଗ୍ରେସ

author img

By

Published : Jan 14, 2022, 7:04 PM IST

Updated : Jan 14, 2022, 8:45 PM IST

ଢିଙ୍କିଆବାସୀଙ୍କ ଉପରେ ପୋଲିସର ଆକ୍ରମଣ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଜଗତସିଂହପୁର ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ଘଟଣାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସ ଆକ୍ରମଣକୁ ନିନ୍ଦା କରିଛନ୍ତି ସାଧରଣ ସମ୍ପାଦକ ଲଲାଟେନ୍ଦୁ ମହାପାତ୍ର ।

ଭୁବନେଶ୍ବର: ଜଗତସିଂହପୁର ଢିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ଘଟଣାକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ପୋଲିସ ଆକ୍ରମଣକୁ ନିନ୍ଦା କରିଛନ୍ତି ସାଧରଣ ସମ୍ପାଦକ ଲଲାଟେନ୍ଦୁ ମହାପାତ୍ର । ଜନଶୁଣାଣୀରେ ମଧ୍ୟ ବିରୋଧ କରିଛନ୍ତି ଗ୍ରାମବାସୀ । ଜିନ୍ଦଲ ହେଉଛି ଏକ ଠକ କମ୍ପାନୀ। ତାକୁ ଏଠି ଜମି ଦେବାକୁ ରାଜ୍ୟ ସରକାର ଜାଲ ଦସ୍ତାବିଜ ଦେଇଛନ୍ତି। ପାନ, ମୀନ ଓ ଧାନ ପାଇଁ ଗ୍ରାମବାସୀଙ୍କ ଲଢେଇ କହିଛି କଂଗ୍ରେସ ।

ଢିଙ୍କିଆବାସୀଙ୍କୁ ପୋଲିସର ଆକ୍ରମଣ ଘଟଣା: ତଦନ୍ତ ଦାବି କରି ଗର୍ଜିଲା କଂଗ୍ରେସ

200 ବର୍ଷ ଧରି ରହି ଆସୁଥିଲେ ସେହି ଜମିକୁ ଜୋର ଜବରଦସ୍ତ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ଆପତ୍ତି ଅଭିଯୋଗର ଶୁଣାଣି ନ କରି ପୋଲିସ ଲଗେଇକି ଆକ୍ରମଣ କରୁଛନ୍ତି ସରକାର। ସେଠାରେ ଶିଳ୍ପ ସ୍ଥାପନ କରିବା ପାଇଁ କାହିଁକି ରାଜ୍ୟ ସରକାର ଜିଦ ଧରିଛନ୍ତି । କାହିଁକି ପ୍ରଶାସନ ଆଲୋଚନା କରୁ ନାହାନ୍ତି କି ସମାଧାନ ପାଇଁ ଚେଷ୍ଟା କରୁ ନାହାନ୍ତି ? ତେବେ ଆଜି ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ କିଏ ନିର୍ଦ୍ଦେଶ ଦେଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ଏହାସହ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ବିଚାର ଵିଭାଗୀୟ ତଦନ୍ତ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଏହାସହ ସେଠାରେ ଶିଳ୍ପ ବନ୍ଦ କରିବାକୁ ଦଳ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

Last Updated :Jan 14, 2022, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.