୨୦୨୪ ପାଇଁ ପାଗଭିଡ଼ା, ସଂଗଠନ ସଜାଡ଼ୁଛି କଂଗ୍ରେସ

author img

By

Published : Sep 22, 2022, 10:36 AM IST

congress strengthening camp ahead of 2024 assembly Election

୨୦୨୪ ନିର୍ବାଚନରେ କଡ଼ା ଟକ୍କର ଦେବ କଂଗ୍ରେସ । ଏହାକୁ ନେଇ ବର୍ତ୍ତମାନ ଠାରୁ କଂଗ୍ରେସ ଘର ସଜାଡ଼ିବା ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ୨୦୨୪ ନିର୍ବାଚନରେ କଡ଼ା ଟକ୍କର ଦେବ କଂଗ୍ରେସ । ଏହାକୁ ନେଇ ବର୍ତ୍ତମାନ ଠାରୁ କଂଗ୍ରେସ ଘର ସଜାଡ଼ିବା ଆରମ୍ଭ କରିଛି । ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ପ୍ରମୁଖ ରାଜନୈତିକ ଦଳ ପାଗ ଭିଡା ଆରମ୍ଭ କରିଛନ୍ତି । ଏକ ସପ୍ତାହ ପୂର୍ବରୁ ରାଜ୍ୟ ବିଜେପି ପୁରୀରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିଲା । ଏହି କ୍ରମରେ ଶାସକ ବିଜେଡି ମଧ୍ୟ ଯାଜପୁର ଧର୍ମଶାଳାରେ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି । ବୁଥ ସ୍ତରରୁ ଦଳକୁ ମଜଭୁତ୍‌ କରିବା ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

୨୦୨୪ ପାଇଁ ପାଗଭିଡ଼ା, ସଂଗଠନ ସଜାଡ଼ୁଛି କଂଗ୍ରେସ

ଏହାକୁ ନେଇ ଏବେ କଂଗ୍ରେସ ମଧ୍ୟ ଅଣ୍ଟା ଭିଡିବାରେ ଲାଗିଛି । କଂଗ୍ରେସ 2024ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଆୟୁଧ କରି ଜନସାଧାରଣଙ୍କ ପାଖକୁ ଯିବ । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ଆମର ପଦଯାତ୍ରା ଆରମ୍ଭ ହେବ । ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ୨୨୫୦ କିମିର ପଦଯାତ୍ରା କରିବ କଂଗ୍ରେସ । କଂଗ୍ରେସ ଯାହା କରିଛି ସାରା ଦେଶବାସୀ ତାହାକୁ ଭୁଲିବେ ନାହିଁ ଲୋକେ । ଆମେ ଯାହା ଯୋଜନା ପ୍ରଣୟନ କରିଥିଲୁ ତାହା ଲୋକଙ୍କୁ ବୁଝାଇବୁ । ଉପା ସରକାର ସମୟରେ ଯାହା ଯୋଜନା ହୋଇଥିଲା ତାହାର ନାମ ବଦଳାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । "

ବିଧାୟକ ସୁର ରାଉତରାୟ ମଧ୍ୟ କଂଗ୍ରେସ 2024ରେ କ୍ଷମତାକୁ ଆସିବ ବୋଲି ଆଶା ପ୍ରକଟ କରିଛନ୍ତି । ସେ କହିଛନ୍ତି, "ତୃଣମୂଳସ୍ତରରେ ଦଳ ମଜଭୁତ ହେଉଛି । ଶରତ ପଟ୍ଟନାୟକ ୨୦୨୪ ନିର୍ବାଚନ ଜିତିବେ । ଗାଁଗୁଡ଼ିକରେ ବିଧାୟକ ପ୍ରାର୍ଥୀ ଲୋକଙ୍କ ପାଖରେ ପହଞ୍ଚୁଛି । ଲୋକଙ୍କୁ ତାଲିମ ପ୍ରଦାନ କରାଯାଉଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.