କଂଗ୍ରେସ ବିଧାୟକ କଳି, ପୁଣି ମୁହାଁମୁହିଁ ତାରା ଓ ମୋକିମ

author img

By

Published : Sep 20, 2022, 3:32 PM IST

କଂଗ୍ରେସ ବିଧାୟକ କଳି, ପୁଣି ମୁହାଁମୁହିଁ ତାରା ଓ ମୋକିମ

କଂଗ୍ରେସ ବିଧାୟକ କଳି । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ଦୁଇ ବିଧାୟକ । କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ

ଭୁବନେଶ୍ବର: କଂଗ୍ରେସ ବିଧାୟକ କଳି । ପୁଣି ମୁହାମୁହିଁ ଦୁଇ ଦଳୀୟ ବିଧାୟକ । ସଂଗଠନକୁ ସୁଦୃଢ କରି ସରକାରକୁ ଫେରିବା ଲାଗି କେନ୍ଦ୍ରରେ ରାହୁଲ ଗାନ୍ଧୀ ଭାରତ ଯୋଡ କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ପ୍ରଦେଶ କଂଗ୍ରେସରେ କଳି ତୁଟିବାର ନାଁ ନେଉନାହିଁ । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ଦୁଇ ବିଧାୟକ ମହମ୍ମଦ ମୋକିମ ଓ ତାରା ପ୍ରସାଦ ବାହିନୀପତି । ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ଦଳ ପକ୍ଷରୁ ମିଳିଥିବା କାରଣ ଦର୍ଶାଅ ନୋଟିସ ଜବାବ ରଖିଥିଲେ ମହମ୍ମଦ ମୋକିମ । ଜବାବର ଉତ୍ତର ମିଳିନଥିବାରୁ କଂଗ୍ରେସର କାର୍ଯ୍ୟକ୍ରମରେ ସାମିଲ ହେଉନଥିବା କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଏହା ଉପରେ କଡା ଜବାବ ରଖିଛନ୍ତି କଂଗ୍ରେସ ଜୟପୁରର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ।

କଂଗ୍ରେସ ବିଧାୟକ କଳି, ପୁଣି ମୁହାଁମୁହିଁ ତାରା ଓ ମୋକିମ

ମୋକିମ କହିଛନ୍ତି ଯେ, ''ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲି । ଏ ନେଇ ମୋତେ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ହୋଇଥିଲା । ମୁଁ ତାହାର ଉତ୍ତର ମଧ୍ୟ ରଖିଛି । ଦଳୀୟ ଫୋରମରେ ମୁଁ ଜବାବ ରଖିଛି । ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ଉତ୍ତର ମିଳିନି, ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବିନାହିଁ କିମ୍ବା କଂଗ୍ରେସର କୌଣସି ବି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବିନାହିଁ । ଦଳରେ ରହିବି, ସେମାନେ ଦଳରୁ ବାହାର କରିବେ ସେନେଇ ଉତ୍ତର ମିଳିବା ପରେ ଯାହା ପଦକ୍ଷେପ ନେବି । କେବଳ କଟକ ଭିତରେ ସୀମିତ ରହିବି । ନିର୍ବାଚନ ମଣ୍ଡଳୀ ଲୋକଙ୍କ କାର୍ଯ୍ୟ କରିବି । କଂଗ୍ରେସ ଯଦି ଚାହିଁବ, ତାହାଲେ ଭାରତ ଯୋଡ କାର୍ଯ୍ୟକ୍ରମରେ ସାମିଲ ହେବି ।''

ଏହା ମଧ୍ୟ ପଢନ୍ତୁ: President Polls 2022: ଦ୍ରୌପଦୀଙ୍କୁ ଗଲା କଂଗ୍ରେସ ବିଧାୟକ ମୋକିମଙ୍କ ଭୋଟ

ମୋକିମଙ୍କ ପ୍ରତିକ୍ରିୟାର କାଉଣ୍ଟର କରିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା ପ୍ରସାଦବାହିନୀ ପତି କହିଛନ୍ତି "ମୋକିମ ବାବୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି । କଂଗ୍ରେସ ଦଳ 175 ବର୍ଷର ଦଳ । ସ୍ବାଧୀନତା ଆଣିବା ସହ ଦଳିତ ଓ ସଂଖ୍ୟାଲଘୁ ଲୋକଙ୍କୁ ଦଳ ଆଗକୁ ଆଣିଛି । ମୋକିମ କଂଗ୍ରେସ ବିରୋଧରେ କହିଲେ, ତାଙ୍କୁ ଲୋକ ଗ୍ରହଣ କରିବେ ନାହିଁ । ଭାରତ ଯୋଡ କାର୍ଯ୍ୟକ୍ରମରେ ରାହୁଲ ଅଛନ୍ତି । ମୋକିମଙ୍କ କାରଣ ଦର୍ଶାଅ କଣ ବଡ଼ କଥା ? ମୋକିମ ବାବୁ ବରିଷ୍ଠ ଲୋକ ଥରେ ମାତ୍ର ବିଧାୟକ ହୋଇଛନ୍ତି, ଏତେ ବ୍ୟଗ୍ର ହେଲେ କେମିତି ହେବ ବୋଲି ତାରା ପ୍ରଶ୍ନ କରିଛନ୍ତି । ମୁଁ ଚାରି ଚାରି ଥରର ବିଧାୟକ । କେତେବେଳେ ଡ଼ଷ୍ଟବିନରେ ପଡିଛି ତ କେତେବେଳେ ଷ୍ଟେଜରେ ଫୁଲମାଳ ପିନ୍ଧିଛି । କଂଗ୍ରେସ ଦଳ ମହା ସମୁଦ୍ର । କେତେବେଳେ କିଏ ଲୀନ ହୋଇଯିବ, କିଏ କହିବ ।"

ଏହା ବି ପଢନ୍ତୁ...ଇସ୍ତଫା ଖବରକୁ ସୁରଙ୍କ ଖଣ୍ଡନ, କହିଲେ ମୋ ନାମରେ ମିଥ୍ୟା ପ୍ରଚାର

ପ୍ରକଶା ଥାଉ କି, ଜୁଲାଇ 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପାର୍ଟି ଛାଡ଼ି ମାଟି ମୋହରେ ପଡିଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ବିବେକ ଦୃଷ୍ଟିରୁ ମାଟିର ଝିଅକୁ ସମ୍ମାନ ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ବିଧାୟକ । ଏହାପରେ ଦଳରେ ତାଙ୍କୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.