President Polls 2022: ଦ୍ରୌପଦୀଙ୍କୁ ଗଲା କଂଗ୍ରେସ ବିଧାୟକ ମୋକିମଙ୍କ ଭୋଟ

author img

By

Published : Jul 18, 2022, 2:03 PM IST

Updated : Jul 18, 2022, 2:26 PM IST

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ

ପାର୍ଟି ଛାଡ଼ି ମାଟି ମୋହରେ କଂଗ୍ରେସ ବିଧାୟକ । ଆଜି ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

ଭୁବନେଶ୍ବର: ପାର୍ଟି ଛାଡ଼ି ମାଟି ମୋହରେ କଂଗ୍ରେସ ବିଧାୟକ । ଆଜି ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ବିବେକ ଦୃଷ୍ଟିରୁ ମାଟିର ଝିଅକୁ ସମ୍ମାନ ଦେଇ ଭୋଟ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ମହମ୍ମଦ ମୋକିମ । ଦଳର ନିଷ୍ପତ୍ତି ବାହାରକୁ ଯାଇ ମହମ୍ମଦ ମୋକିମ ଏପରି କାହିଁକି କଲେ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି ।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମୋକିମ

ସେ ଆହୁରି କହିଛନ୍ତି, ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ନିଜ ବିବେକ କଥା ଶୁଣିଲି । ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଭୋଟ ଦେଇଥିବା କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ବନ୍ଦ ନାହିଁ । ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କୁ ବାଦ୍‌ ଦେଇ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ରାଷ୍ଟ୍ରପତି ନିର୍ବାଚନ ଉପରେ କୌଣସି ହ୍ବିପ ନଥାଏ । ଜଣେ ଓଡିଆ ଲୋକ ଭାବରେ ଓଡିଆ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା କହିଛନ୍ତି ମୋକିମ । ଦଳ ଆଗକୁ କଣ ନିଷ୍ପତ୍ତି ନେବ ତାହା ମୁଁ ଜାଣିନାହିଁ ମୋ ବିବେକ ଅନୁସାରେ କାମ କରିଛି ଆଶା କରୁଛି ଦଳ ଏହାକୁ ଖରାପ ଚକ୍ଷୁରେ ଦେଖିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ତେବେ ବିଧାୟକଙ୍କ ଏ ମାଟି ପ୍ରେମ ତାଙ୍କ ପାଇଁ ମହଙ୍ଗା ନ ପଡୁ ।

ମହମ୍ମଦ ମୋକିମ ଏପରି କରି ଦଳ ନିଷ୍ପତ୍ତି ଖିଲାପରେ ଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ହାଇକମାଣ୍ଡକୁ ଜଣାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେହପରି ଘଟଣାକୁ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି । ମୋକିମ ବିଶ୍ବାସରେ ବିଷ ଦେଇଥିବା କହିଛନ୍ତି ତାରା । କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡଙ୍କ ଆଗରେ ଦାବି କରିବୁ ବୋଲି କହିଛନ୍ତି ତାରାବାହିନୀ ପତି । ସେହିପରି ମହମ୍ମଦ ମୋକିମଙ୍କ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗକୁ ଦୁଃଖଦ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା । ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଥିଲା ହେଲେ ମହମ୍ମଦ ମୋକିମଙ୍କ ଏପରି କରିବା ଦୁଃଖର ବିଷୟ ବୋଲି କହିଛନ୍ତି ସାଲୁଜା । ଘଟଣା ନେଇ ଦଳୀୟ ହାଇକମାଣ୍ଡକୁ ଅବଗତ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନରସିଂହ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jul 18, 2022, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.