ନିର୍ବାଚନ ନିୟମ ଧର୍ମକୁ ଆଖିଠାର: ସୁର

author img

By

Published : Jan 13, 2022, 8:31 PM IST

ନିର୍ବାଚନ ନିୟମ ଧର୍ମକୁ ଆଖିଠାର: ସୁର

ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା ନିୟମ ଧର୍ମକୁ ଆଖିଠାର କହିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ

ଭୁବନେଶ୍ବର: ନିର୍ବାଚନ ଆୟୋଗଙ୍କ ଦ୍ଵାରା ପ୍ରଚାର ନିୟମ କଡାକଡି କରାଯାଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦେଇ ନିର୍ବାଚନ ଆୟୋଗ ପ୍ରଣୟନ କରିଥିବା ନିୟମ ଧର୍ମକୁ ଆଖିଠାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ନିର୍ବାଚନ ନିୟମ ଧର୍ମକୁ ଆଖିଠାର: ସୁର

ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ପ୍ରାର୍ଥୀ ସହ 5 ଜଣ ପ୍ରଚାର କରିପାରିବେ । ଡିଜିଟାଲ ମାଧ୍ୟମରେ ହିଁ ପ୍ରଚାର ହେବ । କୌଣସି ରାଲି କିମ୍ବା ସଭା କରାଯିବ ନାହିଁ । ହେଲେ କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରିପାରିନି । କଂଗ୍ରେସ ନେତା ସୁର ରାଉତରାୟ ଏଭଳି ନିୟମକୁ ସ୍ୱାଗତ କରିଥିଲେ ମଧ୍ୟ, ଏସବୁ ନିୟମ କେବଳ ଧର୍ମକୁ ଆଖିଠାର ବୋଲି କହିଛନ୍ତି ।

ଶାସକ ଦଳ ଯେଉଁଭଳି ପ୍ରଚାର କରୁଛନ୍ତି, ଟଙ୍କା ବଣ୍ଟା ହେଉଛି, ଭୋଟରଙ୍କୁ ପ୍ରଲୋଭିତ କରାଯାଉଛି । ନିୟମ ଯଦି ହେଉଛି ତାକୁ କଂଗ୍ରେସ ମାନିବ ହେଲେ ଶାସକ ଦଳକୁ ନିର୍ବାଚନ କମିଶନ ଅଙ୍କୁଶ ଲଗେଇ ପାରିବେ ତ ବୋଲି ସୁର ପ୍ରଶ୍ନ କରିଛନ୍ତି । ଯଦି ଏପରି କରାନଯାଏ ତେବେ ସବୁ ନିୟମ ଧର୍ମକୁ ଆଖିଠାର ହୋବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.