କଂଗ୍ରେସରୁ ଇସ୍ତଫା ଦେଲେ ନବୀନ ନନ୍ଦ

author img

By

Published : Oct 14, 2021, 2:32 PM IST

ଦଳରୁ ଇସ୍ତଫା ଦେଲେ କଂଗ୍ରେସ ନେତା ନବୀନ ନନ୍ଦ

କଂଗ୍ରେସରୁ ଇସ୍ତଫା ଦେଲେ ରାଜନେତା ନବୀନ ନନ୍ଦ । ପୂର୍ବରୁ ସେ ବିଜେଡ଼ିରୁ ବିତାଡ଼ିତ ହୋଇଥିଲେ । ଅଧିକ ପଢନ୍ତୁ....

ଭୁବନେଶ୍ବର: ଢେଙ୍କାନାଳର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ନବୀନ ନନ୍ଦ ଆଜି (ଗୁରୁବାର) କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡ଼ି ଦଳରୁ ବିତାଡ଼ିତ ହେବା ପରେ କଂଗ୍ରେସରେ ଯୋଗ ଦେଇଥିଲେ ।

ବିଜେଡ଼ି ସୁୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗତ ୨୦୧୯ ମସିହା ଜୁଲାଇ ମାସରେ ଦଳରୁ ବହିଷ୍କାର କରିଥିଲେ । କୋଲକାତାର ଏକ ସ୍ପା ସେଣ୍ଟରରେ ମସାଜ୍‌ ସର୍ଭିସ ନାମରେ ଚାଲିଥିଲା ସେକ୍ସ ରାକେଟ ଧନ୍ଦା । ଆଉ ସେଠାରୁ ଗିରଫ ହୋଇଥିଲେ ନବୀନ ନନ୍ଦ ।

ନବୀନ ନନ୍ଦ ପଞ୍ଚାୟତ ସ୍ତରରୁ ନିଜ ରାଜନୀତି କ୍ୟାରିଅରର ଆରମ୍ଭ କରିଥିଲେ । ଏହାପରେ ସେ ପ୍ରାୟ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ । ସେ ବିଧାୟକ ଭାବରେ ଗୋଣ୍ଡିଆ ଓ ଢେଙ୍କାନାଳରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.