ଅସଜଡା ଘରକୁ ସଜାଡୁଛି ମାଧ୍ଯମ, ହୃଦୟ ଯୋଡି ସାଉଣ୍ଟୁଛି ବାଃବାଃ

author img

By

Published : Mar 7, 2021, 8:08 PM IST

Updated : Mar 7, 2021, 8:47 PM IST

ଅସଜଡା ଘରକୁ ସଜାଡୁଛି ମଧ୍ଯମା, ହୃଦୟ ଯୋଡି ସାଉଣ୍ଟୁଛି ବାଃ ବାଃ

ଶାଶୁ ବୋହୁ କଳି ହେଉ ବା ନଣନ୍ଦ ଭାଉଜ କଳି। ସ୍ବାମୀ ସ୍ତ୍ରୀ ଝଗଡା ବା ଭାଇ ଭଉଣୀ ମତାନ୍ତର। ଥାନାରେ ହେଉଥିବା ଘରୋଇ ହିଂସା ଅଭିଯୋଗକୁ ସମାଧାନ କରିବାରେ ଏମାନେ ଓସ୍ତାଦ। ସମସ୍ୟା ସମାଧାନ କରାଯିବ ସେଥିପାଇଁ ଏମାନେ ଲାଗିପଡନ୍ତି। ସେ ସଂସ୍ଥା ହେଉଛି କମିସନରେଟ ପୋଲିସର ମାଧ୍ୟମ ସଂସ୍ଥା। ଅଧିକ ପଢନ୍ତୁ...

ଭୁବନେଶ୍ବର: ଅସଜଡା ଘର ସଜାଡିବାରେ ଏମାନେ ମାହିର। ଶାଶୁ ବୋହୁ କଳି ହେଉ ବା ନଣନ୍ଦ ଭାଉଜ କଳି। ସ୍ବାମୀ ସ୍ତ୍ରୀ ଝଗଡା ବା ଭାଇ ଭଉଣୀ ମତାନ୍ତର। ଥାନାରେ ହେଉଥିବା ଘରୋଇ ହିଂସା ଅଭିଯୋଗକୁ ସମାଧାନ କରିବାରେ ଏମାନେ ଓସ୍ତାଦ। ଯେ କେହି ଅଭିଯୋଗ ନେଇ ନିଜ ଲୋକ ବିରୋଧରେ ଆସିଲେ ତାକୁ କିପରି ସମାଧାନ କରାଯାଇପାରିବ ଉତ୍ତମ ସମ୍ପର୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟକୁ ପୂରଣ କରି ସମସ୍ୟା ସମାଧାନ କରାଯିବ ସେଥିପାଇଁ ଏମାନେ ଲାଗିପଡନ୍ତି। ଏଥିପାଇ କମିସନରେଟ ପୋଲିସର ସହମତି ରହିଛି ।

ଅସଜଡା ଘରକୁ ସଜାଡିଦିଅନ୍ତି ମହିଳା, ହୃଦୟ ଯୋଡି ସାଉଣ୍ଟି ନିଅନ୍ତି ବାଃ ବାଃ

ନିତିଦିନ କମିସନରେଟ ପୋଲିସର ବିଭିନ୍ନ ଥାନାରେ ରିପୋର୍ଟ ହେଉଥିବା ଘରୋଇ କଳିର ସମାଧାନ କରନ୍ତି ଏହି ମହିଳାମାନେ। କାରଣ ଏମାନେ ସେଇ ଅସଜଡା ପରିବାର ଲୋକଙ୍କ ସହ ମିଶନ୍ତି ସମସ୍ଯା କେଉଁଠି ବୁଝନ୍ତି । ଛୋଟ ଛୋଟ କଥାକୁ ନେଇ ଥାନାରେ ହେଉଥିବା ଘରୋଇ ବିବାଦକୁ ଆପୋଷ ବୁଝାମଣା ଜରିଆରେ ସମାଧାନ କରନ୍ତି। ଆଉ ଥାନା କଚେରିର ଆଡ଼କୁ ମୁହାଁଉଥିବା ପରିବାରକୁ ଏକାଠି କରିବାରେ ସହାୟକ ହୁଅନ୍ତି। ଆମେ କହୁଛୁ କମିସନରେଟ ପୋଲିସର ମାଧ୍ୟମ ସଂସ୍ଥା। ଯାହାକି ଉଭୟ କମିସନରେଟ ପୋଲିସର ଡିସିପି ଭୁବନେଶ୍ୱର ଓ କଟକରେ କାର୍ଯ୍ୟକ୍ଷମ। ବିଶ୍ୱ ମହିଳା ଦିବସରେ ସେହି ମହିଳା ମାନଙ୍କୁ ଶହେ ସଲାମ ଯେଉଁମାନେ ଏଭଳି ପାରିବାରିକ ସମସ୍ୟା ସମାଧାନ ଦିଗରେ କାମ କରିଆସୁଛନ୍ତି ।

ରେକର୍ଡ କହୁଛି, ଗତ ୨୦୨୦ରେ ଭୁବନେଶ୍ୱରରେ ୨୫୦ କେସ ଓ କଟକରେ ୨୦୦ରୁ ଉର୍ଦ୍ଦ୍ବ କେସକୁ ସମାଧାନ କରିପାରିଛନ୍ତି। ସେହିପରି ୨୦୧୯ରେ ଭୁବନେଶ୍ବରରେ ୧୬୭ଟି,କଟକରେ ୧୫୯ଟି କେସ। ୨୦୧୮ରେ ଭୁବନେଶ୍ୱରରେ ୨୭୦ଟି କଟକରେ ୨୭୨ଟି କେସ ରେଜିଷ୍ଟାର ହୋଇ ସମାଧାନ କରିଛି ମାଧ୍ୟମ। ଯେଉଥିରେ ଡୋମେଷ୍ଟିକ ଭାଓଲେନ୍ସ ୨୫୭୨ଟି, ମିଛ ପ୍ରତିଶୃତି ଦେଇ ବିବାହ ୬୫ଟି,କର୍ମକ୍ଷେତ୍ରରେ ଯୌନଶୋଷଣ ୫ଟି,ମହିଳା ଅସଦାଚରଣ ଭଳି ୩୮ଟି କେସ ସମାଧାନ କରିଛି ମାଧ୍ୟମ ।

ଏପରିକି ସମାଧାନ ଜରିଆରେ ସେଲଟର ହୋମ ସପୋର୍ଟ ,ମେଡିକାଲ ସପୋର୍ଟ ,ଫ୍ରି ଲିଗାଲ ଆଡ଼ଭାଇସ ଭଳି ସୁବିଧା ଦେଇ ଲୋକଙ୍କର ଆପୋଷ ବୁଝାମଣା ଜରିଆରେ ସମାଧାନ କରିଛନ୍ତି।ଭୁବନେଶ୍ୱର ଡିସିପି କହିଛନ୍ତି କେବଳ ମହିଳା ନୁହନ୍ତି ଅନେକ ପୁରୁଷ ମଧ୍ୟ ପାରିବାରିକ ସମସ୍ୟା ସଂକ୍ରାନ୍ତିୟ କେସ ମଧ୍ୟ ମାଧ୍ୟମକୁ ପଠାଯାଉଛି। ସେମାନେ ଭଲଭାବେ ନନପୋଲିସ ଭାବେ କାଉନସେଲ କରିପାରୁଛନ୍ତି। ତେଣୁ ଆଗାମୀ ଦିନରେ ମାଧ୍ୟମକୁ ଅହୁରି ବ୍ୟାପକ କରାଯିବ। ତାଙ୍କୁ ଆହୁରି ଷ୍ଟାଫ ଯୋଗାଇ ଦିଆଯିବ। କାରଣ ସେମାନଙ୍କ ପାଇଁ ଅନେକ କେସ ନହୋଇ ଆପୋଷ ସମାଧାନ ହୋଇପାରୁଛି।


ତେବେ ବିଶେଷ କରି ସ୍ବାମିଠୁ ମାଡ଼ ଖାଇବା, ଅତ୍ୟାଚାର କରିଵା ଓ ହଇରାଣ ହରକତ କରିବା,ଶାଶୁଘରୂ ତଡିଦେବା,ପରିତ୍ୟକ୍ତ ହେବା,ବିଧବା ଉପରେ ଅତ୍ୟାଚାର କରିବା,ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର ଅବହେଳା କରିବା ଭଳି ଅନ୍ୟାନ ଆସୁଥିବା ଥାନାକୁ ଅଭିଯୋଗର ପୋଲିସ ପକ୍ଷେ ସମାଧାନ କରିବା ସମ୍ଭବପର ହୋଇନଥାଏ। ତେଣୁ ସେମାନଙ୍କୁ ଏକ ପାରିବାରିକ ମାହୋଲ ଜରିଆରେ ସମାଧାନ କରିବାରେ ମାଧ୍ୟମ ଭଳି ସଂସ୍ଥା ଓ ତାର କର୍ମଚାରି ଵେସ ସୁଚାରୁ ରୂପେ ଆପୋଷ ଭାବେ ସମାଧାନ କରିଥାନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Mar 7, 2021, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.