ମୋ ବସରେ ଲୁଟପାଟ ଗ୍ୟାଙ୍ଗ ଟ୍ରାପ, ଧରାପଡିଲେ ଗ୍ୟାଙ୍ଗର ୨ ଅପରାଧୀ

author img

By

Published : Sep 23, 2022, 5:36 PM IST

Updated : Sep 23, 2022, 7:29 PM IST

ମୋ ବସରେ ଲୁଟପାଟ, ଧରାପଡିଲେ ଗ୍ୟାଙ୍ଗର ୨ ଅପରାଧୀ

ଭିଡ଼ ଦେଖି ମୋ ବସରେ ଲୁଟପାଟ କରୁଥିଲେ । କମିଶନରେଟ ପୋଲିସ ପଞ୍ଝାରେ ଧରାପଡ଼ିଲେ ଗ୍ୟାଙ୍ଗର ୨ ଅପରାଧୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ସହରରେ ମୋ ବସରେ ଆତଙ୍କ ଖେଳାଇଥିବା ଲୁଟ ଗ୍ୟାଙ୍ଗ ଗିରଫ । ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏହି ଲୁଟେରାମାନେ ଭିଡ଼ ଦେଖି ଯାତ୍ରୀଙ୍କ ଠାରୁ ମୋବାଇଲ ଓ ନଗଦ ଟଙ୍କା ମଧ୍ୟ ଲୁଟ କରି ନେଉଥିଲେ । ଗିରଫ ହୋଇଥିବା ୨ ଅପରାଧୀ ଅନେକ କେସରେ ସମ୍ପୃକ୍ତ ଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

ମୋ ବସରେ ଲୁଟପାଟ, ଧରାପଡିଲେ ଗ୍ୟାଙ୍ଗର ୨ ଅପରାଧୀ

ଗିରଫ ହୋଇଥିବା ଅପରାଧୀଙ୍କ ନିକଟରୁ ଲ୍ୟାପଟପ ସହ ନଗଦ ଟଙ୍କା ଜବତ କରିଛି ପୋଲିସ । କମିଶନରେଟ ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରି ଲୁଟ ସାମଗ୍ରୀ ଜବତ କରୁଛି ପୋଲିସ । ତେବେ ଗତ ୨୧ତାରିଖରେ ମୋ ବସରେ ମେଡିକାଲ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ ଗଞ୍ଜାମ ପୁରୁଷୋତ୍ତମପୁରର ଆନନ୍ଦ ଗୌଡ଼ । ଚିକିତ୍ସା ପାଇଁ ଆଣିଥିବା ୧୫ ହଜାର ଟଙ୍କାକୁ ବସର ଭିଡ଼ ଦେଖି ଲୁଟିନେଲେ ଲୁଟେରା ।

ଧରାପଡିଲେ ଗ୍ୟାଙ୍ଗର ୨ ଅପରାଧୀ

ଏହା ବି ପଢନ୍ତୁ- RTO ଅଫିସକୁ ନ ଯାଇ ବି ବଦଳୁଛି ଗାଡି ମାଲିକାନା

ମୋ ବସରେ ଯାତ୍ରୀ ବେଶରେ ଆସି ଗହଳି କରି ବୃଦ୍ଧ ରୋଗୀଙ୍କୁ ବୁଲାଇଲେ କଳାକନା । ବରମୁଣ୍ଡାରୁ ୧୯ ନମ୍ବର ମୋ ବସରେ କଟକ ଯିବା ବେଳେ ବାଣୀବିହାର ଛକରେ ଟଙ୍କା ନଥିବା ଜାଣିପାରିଥିଲେ ବୃଦ୍ଧ। ଶେଷରେ ଔଷଧ ବିକଳରେ ଅସହାୟ ହୋଇ କାନ୍ଦି କାନ୍ଦି ଥାନାରେ ପହଞ୍ଚିଲେ ଆନନ୍ଦ ଗୌଡ଼। ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଥିବା ବେଳେ ଏହି ଗ୍ୟାଙ୍ଗ ପୂର୍ବରୁ ମଧ୍ୟ ଏକାଧିକ ଥର ମୋ ବସରେ ଏପରି ଲୁଟ କରିଥିବାର ନଜିର ରହିଛି ।

ସେହିପରି ଗୁରୁବାର ମଧ୍ୟ ମୋ ବସରେ ଯାଉଥିବା ବେଳେ ଜଣେ ରମାଦେବୀ ଛାତ୍ରୀଙ୍କ ସମେତ ଆଉ ଜଣେ ଛାତ୍ରୀଙ୍କ ମୋବାଇଲ ଓ ପର୍ସ ଲୁଟ ହୋଇଥିବା ନେଇ ସହିଦ ନଗର ଥାନାରେ ରିପୋର୍ଟ କରିଥିଲେ ଦୁଇ ଜଣ ଛାତ୍ରୀ । ଏହି ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି‌ । ତେବେ ପ୍ରତିବର୍ଷ ପରି ପାର୍ବଣ ଋତୁରେ ଏହି ଲୁଟେରା ମାନେ ସକ୍ରିୟ ହୋଇଉଠନ୍ତି । ଭିଡ ଦେଖି ଲୋକଙ୍କଠୁ ମୋବାଇଲ ଠାରୁ ଆରମ୍ଭ କରି ଅଳଙ୍କାର, ନଗଦ ଟଙ୍କା, ଏଟିଏମ କାର୍ଡ ଆଦି ମୂଲ୍ୟବାନ ଜିନିଷ ଲୁଟ କରି ନିଅନ୍ତି । ଏହି ଲୁଟରୁ ବର୍ତ୍ତିବା ଲାଗି ସର୍ବଦା ସତର୍କ ରହିବାକୁ କମିଶନରେଟ ପୋଲିସ ଲୋକଙ୍କୁ ସଚେତନ କରାଇଛି । ଏହାସହ ପୋଲିସ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛି ।

ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, "ଏମାନେ ଗ୍ୟାଙ୍ଗ ହୋଇ ବସରେ ପଶୁଥିଲେ । ଭିଡଭାଡର ପରିସ୍ଥିତି ସୃଷ୍ଟି କରି ଲୁଟ୍ କରୁଥିଲେ । ଏହି ଗ୍ୟାଙ୍ଗରେ ମହିଳା ମଧ୍ୟ ସାମିଲ । ଏମାନେ ଛୋଟ ପିଲା, ମହିଳା ଓ ବୃଦ୍ଧ ଲୋକଙ୍କୁ ଟାର୍ଗେଟ କରୁଥିଲେ । ସୁଯୋଗ ଦେଖି ଲୁଟ କରି ଚମ୍ପଟ ମାରୁଥିଲେ । ବିଶେଷ କରି ଏମାନେ ବ୍ରିଜ୍ ତଳେ, ଶୁନଶାନ୍ ଘର, ରାସ୍ତା କଡ଼ରେ ରହୁଥିଲେ । ଛୁଆ ପିଲାଙ୍କୁ ଧରି ଏଭଳି ଲୁଟ କରୁଥିଲେ । ଗ୍ୟାଙ୍ଗକୁ ଧରିବା ବେଳେ ପୋଲିସ ଜାଣିବାକୁ ପାଇଛି ଯେ ଏହି ଗ୍ୟାଙ୍ଗରେ ଗର୍ଭବତୀ ମହିଳା ମଧ୍ୟ ରହିଛନ୍ତି।ଧରାପଡିଥିବା ୨ ଜଣଙ୍କୁ ଯାଜପୁର ଅଞ୍ଚଳରୁ ଗିରଫ କରାଯାଇଛି । ଖୁବଶୀଘ୍ର ବାକି ସଦସ୍ୟଙ୍କୁ ଗିରଫ କରାଯିବ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 23, 2022, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.