ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ, BSKY ର ଶୁଭାରମ୍ଭ କରିବେ

author img

By

Published : Sep 22, 2021, 10:42 AM IST

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ, BSKY ର ଶୁଭାରମ୍ଭ କରିବେ

ବଲାଙ୍ଗୀରରେ ଆରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ ସେବା । ଆଜି ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସକାଳ ସାଢେ ୧୦ ଟାରେ ବଲାଙ୍ଗୀର ଗସ୍ତ କରିବେ । ଅଧିକ ପଢନ୍ତୁ...

ଭୁବନେଶ୍ବର/ବଲାଙ୍ଗୀର: ଆଜି(ବୁଧବାର) ବଲାଙ୍ଗୀର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମର୍ଟ କାର୍ଡ ବଣ୍ଟନ କରିବେ । ଏଥିସହ ବଲାଙ୍ଗୀରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ଆଜି ସକାଳ ୧୦ ଟା ୧୫ ରେ ତୁଷୁରା ଏୟାରଷ୍ଟ୍ରିପର ଏକ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ । ଏହାପରେ ଟିଟିଲାଗଡରେ ଆୟୋଜିତ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ସେଠାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ପରେ ପାଟଣାଗଡ ଏବଂ ବଲାଙ୍ଗୀର ସଭାରେ ଯୋଗଦେବେ ।

ତେବେ ତୃଣମୂଳସ୍ତରରେ ଏହି ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲାରେ ୧୧ ଜଣ ମନ୍ତ୍ରୀ ଏବଂ ୧୬ ଜଣ ପର୍ଯ୍ୟବେକ୍ଷକଙ୍କ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୪ ଲକ୍ଷ ୫୨ ହଜାର ପରିବାରର ସଦସ୍ୟଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ସ୍ମର୍ଟ କାର୍ଡ ବଣ୍ଟନ ପରେ ୧୧ କୋଟିରେ ନିର୍ମିତ ଅତ୍ୟାଧୁନିକ ବସ୍ ଟର୍ମିନାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିବେ । ବଲାଙ୍ଗୀର ପୌରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଞ୍ଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ, ଜିଲ୍ଲାର ବିଭିନ୍ନ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.