Mayor Race: ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ

author img

By

Published : Jan 13, 2022, 5:44 PM IST

Mayor Race

ଭୁବନେଶ୍ବର ମହାନଗର ନିଗମ ପଦକୁ ମହିଳାଙ୍କ ଲାଗି ସଂରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଏହାକୁ ସ୍ବାଗତ କରିଛି ବିଜୁ ଜନତା ଦଳ । ତେବେ ଦଳର ପ୍ରାର୍ଥୀନୀ କିଏ ହେବ ସେ ନେଇ ମୁହଁ ଖୋଲିନାହିଁ ଦଳ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ । ଅଧିକ ପଢନ୍ତୁ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପଦକୁ ମହିଳାଙ୍କ ଲାଗି ସଂରକ୍ଷଣ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି । ଏହାକୁ ସ୍ବାଗତ କରିଛି ବିଜୁ ଜନତା ଦଳ । ତେବେ ଦଳର ପ୍ରାର୍ଥିନୀ କିଏ ହେବ ସେ ନେଇ ମୁହଁ ଖୋଲିନାହିଁ ଦଳ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହେବ ବୋଲି କହିଛନ୍ତି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତ ।

Mayor Race: ମୁଖ୍ୟମନ୍ତ୍ରୀ ସଠିକ ସମୟରେ ସଠିକ ନିଷ୍ପତ୍ତି ନେବେ: BJD MLA

ସୁଶାନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ବ ଦେଇ ଆସିଛନ୍ତି । ପଞ୍ଚାୟତ ହେଉ ଅବା ବିଧାନସଭା କି ଲୋକସଭା ନିର୍ବାଚନରେ ସବୁବେଳେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇ ଆସିଛନ୍ତି । ସେହି ଆଧାରରେ ମେୟର ପଦ ଲାଗି ମହିଳାଙ୍କୁ ଗୁରୁତ୍ବ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ସମୟ ଆସିଲେ ମୁଖ୍ୟମନ୍ତ୍ରୀ ଠିକ ପ୍ରାର୍ଥୀ ଚୟନ କରିବେ । ଯଦି ବିଜେଡି ମେୟର ପ୍ରାର୍ଥୀଙ୍କ କଥା କହିବା । ତେବେ ବର୍ତ୍ତମାନ ମେୟର ଦୌଡରେ 5 ଜଣଙ୍କ ନାଁ ସାମ୍ନାକୁ ଆସୁଛି ।

ସେମାନେ ହେଲେ OTDC ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର, ମିଶନ ଶକ୍ତି ବିଭାଗ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ସମାଜସେବୀ ମୀରା ପରିଡା, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଗାମୀ ଦିନରେ ଏହି ଲିଷ୍ଟ ଆହୁରୀ ଅଧିକ ଲମ୍ବିବାର ସମ୍ଭାବନା ମଧ୍ୟ ରହିଛି । ଏ ନେଇ ସୁଶାନ୍ତ କହିଛନ୍ତି ଯେ, ରାଜନୀତିରେ ଯେଉଁ ମାନେ ରହିବେ ସେମାନଙ୍କର ଆଶା ରହିବ । ସେଥିରେ ନୂଆ କଥା କିଛି ନାହିଁ । ମୁଖ୍ୟମନ୍ତ୍ରୀ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.