ତାରାଚାନଙ୍କ ସ୍ବପ୍ନ ସାକାର କଲେ CM Naveen; ଇଞ୍ଜିନିୟରିଂ ପଢିବା ପାଇଁ ମଞ୍ଜୁର କଲେ ଅର୍ଥ

author img

By

Published : Nov 26, 2021, 4:35 PM IST

CM Naveen

ପୂରଣ ହେବ ତାରାଚାନଙ୍କ ସ୍ବପ୍ନ । ସ୍ବପ୍ନର ଡେଣାରେ ବଳ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ସାକାର କରିବାରେ ସହଯୋଗ କରିଛନ୍ତି ନବୀନ । NIT Warangal ରେ ପଢିବା ପାଇଁ ତାରାଚାନଙ୍କ ଲାଗି ୯୬ ହଜାର ୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ପୂରଣ ହେବ ତାରାଚାନଙ୍କ ସ୍ବପ୍ନ । ସ୍ବପ୍ନର ଡେଣାରେ ବଳ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) । ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ସାକାର କରିବାରେ ସହଯୋଗ କରିଛନ୍ତି ନବୀନ । NIT Warangal ରେ ପଢିବା ପାଇଁ ତାରାଚାନଙ୍କ ଲାଗି ୯୬ ହଜାର ୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ ରଣା । ଇଞ୍ଜିନିୟରିଂ ପଢିବା ଥିଲା ତାଙ୍କର ସ୍ବପ୍ନ । ଆଉ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାରାଚାନ ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ମୁଖ୍ୟମନ୍ତ୍ରୀ ଜାଣିବାକୁ ପାଇଥିଲେ । ଆଉ ତାଙ୍କ ପାଇଁ ୯୬ ହଜାର ୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ବଡପଡା ଗାଁର ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ ଅବିରତ ଉଦ୍ୟମ କରି ଚାଲିଥିଲେ ।

ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା Joint Entrance Examination (JEE) Main ରେ ୯୯.୩୫ ପ୍ରତିଶତ ମାର୍କ ରଖି ତେଲେଙ୍ଗାନା ୱାରଙ୍ଗଲ ରେ ଅବସ୍ଥିତ (National Institutes of Technology Warangal) ରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । କିନ୍ତୁ ଏଥିରେ ଅର୍ଥ ସାଜିଥିଲା ମୁଖ୍ୟ ବାଧକ । ତାଙ୍କର ଆଡମିଶନ ପାଇଁ ଆବଶ୍ୟକ ଅର୍ଥ ନଥିଲା । କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଥିଲେ । ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା (Admission Process) ପୂରଣ କରିବା ପାଇଁ ୯୬ ହଜାର ୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ବାରା ତାଙ୍କର ଆଡମିଶନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ । ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ତାରାଚାନ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.