ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି CJI

author img

By

Published : Sep 23, 2021, 9:14 PM IST

Updated : Sep 24, 2021, 6:52 AM IST

Chief Justice Of india

ଆଜି(ଶୁକ୍ରବାର) ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାଙ୍କ ପକ୍ଷରୁ ଗସ୍ତ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଜାରି କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଜି(ଶୁକ୍ରବାର) ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାଙ୍କ ପକ୍ଷରୁ ଗସ୍ତ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଜାରି କରାଯାଇଛି ।

photo
ଆସନ୍ତାକାଲି ଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନ ବିଚାରପତି

ପ୍ରଧାନ ବିଚାରପତି ଆଜି ସଂଧ୍ୟାରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ରାତି ୮ଟାରେ ଭୁବନେଶ୍ବରରେ ଅବତରଣ କରିବେ । ବିମାନ ବନ୍ଦରରୁ ସଡକ ପଥରେ ସିଧାସଳଖ ପୁରୀ ଯିବେ । ସେଠାରେ ହୋଟେଲ ମେ’ଫେୟାରରେ ରାତ୍ରି ଯାପନ କରିବେ । ପରଦିନ (ଶନିବାର) ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଦର୍ଶନ ସାରି ପୁଣି ହୋଟେଲ ଫେରିବେ ପ୍ରଧାନ ବିଚାରପତି । କିଛି ସମୟର ବିଶ୍ରାମ ପରେ, ସିଧା କଟକ ଅଭିମୁଖେ ଯାତ୍ରା କରିବେ ।

କଟକ ହାଇକୋର୍ଟ ଆସିବା ପରେ ପ୍ରଧାନ ବିଚାରପତିଙ୍କୁ ଗାର୍ଡ ଅଫ ଅନର ହାଇକୋର୍ଟ ପରିସରରେ ପ୍ରଦାନ କରାଯିବ । ପରେ ହାଇକୋର୍ଟ ସେବା ଭବନକୁ ଉଦଘାଟନ କରିବେ ପ୍ରଧାନ ବିଚାରପତି । ସେହିଠାରୁ ହାଇକୋର୍ଟ ପରିସରରେ ଥିବା ଡିଜିଟାଲ ସେଣ୍ଟରକୁ ଆସିବେ । ସେହିଠାରେ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ବିଷୟରେ ସୂଚନା ପ୍ରଦାନ କରାଯିବ ।

ସେହିପରି ହାଇକୋର୍ଟ ପରିସରରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନ ବିଚାରପତି । ପରେ ସେଠାରେ ମଧ୍ୟାହ୍ନ ଭୋଜନ କରି, ଭୁବନେଶ୍ବର ଅଭିମୁଖେ ଆସିବେ । ଭୁବନେଶ୍ବରରେ ଏକ ଘରୋଇ ହୋଟେଲରେ କିଛି ସମୟ ବିଶ୍ରାମ ନେବା ପରେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିବେ । ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦର ଆସି ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Sep 24, 2021, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.