ଖୋଲିବ ପାରାଦ୍ଵୀପ ଲାଞ୍ଚ ଷଡ଼ଯନ୍ତ୍ରର ଗୁମର, CBI ରିମାଣ୍ଡରେ ଚର୍ଚ୍ଚିତଙ୍କ ସମେତ 6 ଅଭିଯୁକ୍ତ

author img

By

Published : Aug 6, 2022, 10:09 PM IST

Updated : Aug 6, 2022, 10:54 PM IST

charchit mishra on four days remand by cbi

ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ୪ ଦିନିଆ ରିମାଣ୍ଡରେ ୬ ଜଣ ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଖୋଲିବ ପାରାଦ୍ଵୀପ ଲାଞ୍ଚ ଷଡ଼ଯନ୍ତ୍ରର ଗୁମର । ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତଙ୍କୁ କୋର୍ଟ ଚାଲାଣ ପରେ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିସହ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନିଆଯାଇଛି ।

CBI ରିମାଣ୍ଡରେ ଚର୍ଚ୍ଚିତଙ୍କ ସମେତ 6 ଅଭିଯୁକ୍ତ

ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୯ ତାରିଖରେ ଶେଷ ହେବ । ୧୦ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ମହିମା ମିଶ୍ରଙ୍କ ପରିବାରିକ ଓକିଲ ଜୟଦୀପ ପାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି , "ତିନୋଟି ପିଟିସନ ଫାଇଲ କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଘରଖାଦ୍ୟ ଏବଂ ଔଷଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।"

୪ ଦିନିଆ ରିମାଣ୍ଡରେ ୬ ଜଣ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବ ସିବିଆଇ । ଲାଞ୍ଚ କାରବାର ନେଇ ସାମ୍ନାସାମ୍ନି ପଚରାଉଚରା କରିବ । ପୂର୍ବରୁ ମହିମା ମିଶ୍ର ଓ ଚନ୍ଦନ ମିଶ୍ରକୁ ସିବିଆଇ ରିମାଣ୍ଡରେ ନେଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 6, 2022, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.