ଭୁଶୁଡିଲା କଂଗ୍ରେସ ଗଡ ! ହାତ ଛାଡିଲେ ଚନ୍ଦ୍ରଶେଖର

author img

By

Published : Sep 14, 2021, 10:21 PM IST

କୋଟପାଡରେ ଭୁଶୁଡିଲା କଂଗ୍ରେସ ଗଡ, ହାତ ଛାଡିଲେ ଚନ୍ଦ୍ରଶେଖର

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ | ଖୁବ୍ ଶୀଘ୍ର ଚନ୍ଦ୍ରଶେଖର ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ହାତ ଛାଡିଲେ ଚନ୍ଦ୍ରଶେଖର । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କୋରାପୁଟ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଖୁବଶୀଘ୍ର ଚନ୍ଦ୍ରଶେଖର ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୋରାପୁଟ କୋଟପାଡ ବିଧାନସଭା ଆସନରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ନିର୍ବାଚିତ ହୋଇଥିଲେ ଚନ୍ଦ୍ରଶେଖର ମାଝୀ । ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ପଦ୍ମିନୀ ଦିଆନଙ୍କଠାରୁ ପରାସ୍ତ ହୋଇଥିଲେ ଚନ୍ଦ୍ର ଶେଖର ।

କୋଟପାଡରେ ଭୁଶୁଡିଲା କଂଗ୍ରେସ ଗଡ, ହାତ ଛାଡିଲେ ଚନ୍ଦ୍ରଶେଖର
କୋଟପାଡରେ ଭୁଶୁଡିଲା କଂଗ୍ରେସ ଗଡ, ହାତ ଛାଡିଲେ ଚନ୍ଦ୍ରଶେଖର

ଚନ୍ଦ୍ରଶେଖରଙ୍କ ଭାଇ ବାସୁଦେବ ମାଝୀ କୋଟପାଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ୮ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ଚନ୍ଦ୍ରଶେଖରଙ୍କ ଇସ୍ତଫା ପରେ କୋଟପାଡରେ ଭୁଶୁଡିଛି କଂଗ୍ରେସ ଗଡ । ୧୫ରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ଚନ୍ଦ୍ରଶେଖର ବିଜେଡିରେ ଯୋଗ ଦେବେ ବୋଲି କୁହାଯାଉଛି ।

ରାଜ୍ୟରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ । ସେପଟେ ଜଣେ ପରେ ଜଣେ ନେତା ଦଳ ଛାଡିବା କଂଗ୍ରେସ ନେତୃତ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.