ରସଗୋବିନ୍ଦପୁରରୁ ଉଡିବ ବିମାନ; ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍

author img

By

Published : Sep 16, 2021, 6:57 AM IST

central team meeting with union minister bisheswar tudu for amrada airstripe of mayurbhanj

କାର୍ଯ୍ୟକ୍ଷମ ହେବ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମୟୂରଭଞ୍ଜ ଅମରଦା ରୋଡ(ରାସଗୋବିନ୍ଦପୁର)ରେ ଥିବା ବିମାନବନ୍ଦର । ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ହେବା ପରେ ଏହି ପ୍ରକ୍ରିୟା ଏବେ ଜୋରଦାର ହୋଇଛି । ଆଜି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ । ଅଧିକ ପଢନ୍ତୁ...

ଭୁବନେଶ୍ବର: ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ ହେବ ମୟୂରଭଞ୍ଜ ଅମରଦା ରୋଡ(ରାସଗୋବିନ୍ଦପୁର) ବିମାନବନ୍ଦର । ଭାରତୀୟ ବାୟୁସେନା ଅଧୀନରେ ଥିବା ଏହି ବିମାନବନ୍ଦର ନାଗରିକ ବ୍ୟବହାର ପାଇଁ ଦାବି ଓ ପ୍ରକ୍ରିୟା ଜୋରଦାର ହୋଇଛି । ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଏହି ପ୍ରକ୍ରିୟା ଏବେ ଜୋରଦାର ହୋଇଛି ।

ରସଗୋବିନ୍ଦପୁରରୁ ଉଡିବ ବିମାନ; ସ୍ଥିତି ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀଙ୍କ ସହ ମୟୂରଭଞ୍ଜ ଯିବ କେନ୍ଦ୍ରୀୟ ଦଳ

ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀଙ୍କୁ ବେସାମରିକ ଚଳାଚଳ ବିଭାଗର ଅଧିକାରୀମାନେ ଭେଟି ଆଲୋଚନା କରିଛନ୍ତି । ଆସନ୍ତାକାଲି ମୟୂରଭଞ୍ଜ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ସମୀକ୍ଷା କରିବ କେନ୍ଦ୍ରୀୟ ଦଳ । ବିମାନବନ୍ଦରଟି 12 ସେପ୍ଟେମ୍ବର 2019ରେ ଉଡାନ ଯୋଜନା ସାମିଲ ହୋଇଥିଲେ ବି ବିମାନବନ୍ଦରରୁ ବିମାନ ଚଳାଚଳ କରିବା ପାଇଁ କୌଣସି ଅପରେଟର ରାଉଣ୍ଡ ବିଡ଼ରେ ଆଗେଇ ନାହାଁନ୍ତି । ହେଲେ ବିଶେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ହେବା ପରେ ଏହା ବିମାନ ବନ୍ଦର କାର୍ଯ୍ୟକ୍ଷମ ନେଇ ଥିବା ବହୁ ପ୍ରତୀକ୍ଷିତ ଦାବିକୁ ଶକ୍ତି ମିଳିଛି । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଶ୍ବେଶ୍ବର । ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଆସିଛନ୍ତି କେନ୍ଦ୍ରୀୟ ଦଳ । ଗତକାଲି ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିଛି କେନ୍ଦ୍ରୀୟ ଦଳ । ଆଜି ମୟୂରଭଞ୍ଜ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସମୀକ୍ଷା କରିବ ଦଳ ।

ପୂର୍ବ ଭାରତର ଅର୍ଥନୈତିକ ଅବିବୃଦ୍ଧି ସାଙ୍ଗକୁ ଉତ୍ତର ଓଡିଶାର ବିକାଶ ଲାଗି ଏହି ବିମାନବନ୍ଦରର ଗୁରୁତ୍ବ ରହିଛି । ଉତ୍ତର ଓଡିଶା ସହ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାର ବାୟୁ ସଂଯୋଗର ଆବଶ୍ୟକତା ରହିଛି । ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଏହି ଅଞ୍ଚଳ ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ପର୍ଯ୍ୟଟନ ଏବଂ ବ୍ୟବସାୟର ଦ୍ରୁତ ଅଭିବୃଦ୍ଧି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଭାରତୀୟ ବାୟୁସେନା ପରିଚାଳିତ ବିମାନ ବନ୍ଦରରେ ଥିବା ଭିତ୍ତିଭୂମି ଏବଂ ସୁବିଧାଗୁଡ଼ିକ ବର୍ତ୍ତମାନ ମଧ୍ୟ ବହୁତ ଭଲ ଅବସ୍ଥାରେ ଅଛି । ଯାହା ଦୀର୍ଘ ଦିନ ଧରି ଜନସାଧାରଣଙ୍କ ଚାହିଦା ପୂରଣ କରିବା ପାଇଁ ଉକ୍ତ ବିମାନବନ୍ଦରକୁ ସାଧାରଣ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରିବାରେ ଉପଯୋଗୀ ହୋଇପାରିବ । ଭବିଷ୍ୟତରେ ଏହି ବିମାନବନ୍ଦରରେ ବାୟୁ ଟ୍ରାଫିକ୍ ଅଭିବୃଦ୍ଧି ହେବା ସହ ବ୍ୟବସାୟିକ ସଫଳତା ମିଳିପାରିବ ବୋଲି ଆଶା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.