ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ, ପଜିଟିଭ ହେଲେଣି ୩୦ କର୍ମଚାରୀ

author img

By

Published : Jan 14, 2022, 3:23 PM IST

ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ, ପଜିଟିଭ ହେଲେଣି ୩୦ କର୍ମଚାରୀ

କ୍ୟାପିଟାଲ ହସ୍ପିଟାଲରେ ଜଣେ ପରେ ଜଣେ କର୍ମଚାରୀ ସଂକ୍ରମିତ ହେବା ପରେ ଏବେ ଚାପରେ ଚାଲିଛି ହସ୍ପିଟାଲ । ଅଧିକ ପଢନ୍ତୁ

ଭୁବନେଶ୍ବର: କୋରୋନା ମହାମାରୀର ୩ୟ ଲହରରେ ହସ୍ପିଟାଲର ୩୦ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ । ସେମାନଙ୍କ ମଧ୍ୟରେ ରହିଛନ୍ତି 10 ଡାକ୍ତର ଓ 20 ପାରା ମେଡ଼ିକାଲ କର୍ମଚାରୀ । ଏଣୁ ଏବେ କମ କର୍ମଚାରୀରେ ରୋଗୀ ସେବା ଜାରି ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ, ପଜିଟିଭ ହେଲେଣି ୩୦ କର୍ମଚାରୀ

ଯେଉଁଠି ପୂର୍ବରୁ 3 ଜଣ କାମ କରୁଥିଲେ, ଏବେ ସେଠାରେ ଜଣେ କାମ କରୁଛନ୍ତି । ହସ୍ପିଟାଲରେ କୋଭିଡ଼ ଚିକିତ୍ସା ନେଇ ସରକାରଙ୍କ ନୂଆ ନିର୍ଦ୍ଦେଶ ଆସିଛି । ଏହା ଅନୁଯାୟୀ ଆମେ କାମ କରୁଛୁ । କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲ ପରିସରରେ ସିଙ୍ଗଲ ୱିଣ୍ଡୋ ଟ୍ରିଟମେଣ୍ଟ ବ୍ୟବସ୍ଥା କରଯାଇଛି । ସେଠାରେ ରୋଗୀମାନେ ଟିକେଟ କାଟିବାଠୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁ ସୁବିଧା ପାଇପାରିବେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡେପୁଟି ସୁପରିଟେଣ୍ଡେଣ୍ଟ ଡ. ଧନଞ୍ଜୟ ଦାସ ।

ଏପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠି ଯୋଗାଯୋଗ କରି ସେମାନେ ଔଷଧ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ସଂକ୍ରମଣ ଦୃଷ୍ଟିରୁ OPDର ଆଟେଣ୍ଡାନ୍ସ କମାଇବାକୁ କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି। ରାଜ୍ୟରେ ସଟଡାଉନ ଓ ଲକଡାଉନ ଆବଶ୍ୟକ କି ବୋଲି ପ୍ରଶ୍ନରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ 10 ହଜାର ଓ 12 ହଜାର ଦୈନିକ ସଂକ୍ରମଣରେ ଦ୍ବିତୀୟ ଲହରର ପ୍ରଭାବ ଦେଖନ୍ତୁ, ଏଥରର ପ୍ରଭାବ ଦେଖନ୍ତୁ ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୧୦,୨୭୩ ପଜିଟିଭ, 4 ମୃତ

ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ସଂକ୍ରମଣ ବଢ଼ୁଥିବା ଦୃଷ୍ଟିରୁ ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖାଯାଇଛି । ସର୍ଭେଲାନ୍ସ ଚାଲିଛି, ଟୀକାକରଣ ମଧ୍ୟ ଚାଲିଛି । ଗତ ବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି । ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.