ଚର୍ଚ୍ଚିତଙ୍କୁ 4 ଦିନିଆ ରିମାଣ୍ଡରେ ନେଲା ସିବିଆଇ, ବାପା ମହିମା ଓ ଭାଇ ଚନ୍ଦନଙ୍କୁ ଚାଲିଛି ଜେରା

author img

By

Published : Aug 6, 2022, 4:25 PM IST

bribery case industrialist mahima mishra son charchit mishra appeared in court

ଲାଞ୍ଚ କାରବାର ମାମଲାରେ କୋର୍ଟ ଚାଲାଣ ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର । ଏହା ସହିତ ଚର୍ଚ୍ଚିତଙ୍କୁ 4 ଦିନିଆ ରିମାଣ୍ଡରେ ସିବିଆଇ ନେଇଥିବା ସୂଚନା ରହିଛି । ଏପଟେ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସଙ୍କ ସହିତ ଲିଙ୍କ୍ ରେ ବିଲ୍ଡର ଶିଶିର ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କୋର୍ଟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ । ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ଦେବା ମାମଲାରେ ଚର୍ଚ୍ଚିତ ମିଶ୍ର କୋର୍ଟ ଚାଲାଣ ହୋଇଛନ୍ତି । ଆଜି ସିବିଆଇ ନିକଟରେ ନିଜଆଡୁ ଆତ୍ମ ସମର୍ପଣ କରିବା ପରେ ଚର୍ଚ୍ଚିତଙ୍କୁ ଗିରଫ କରାଯାଇଥିଲା । ଏଥିସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସଙ୍କ ସହିତ ଲିଙ୍କ୍ ରେ ବିଲଡର ଶିଶିର ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରି କୋର୍ଟ ଚାଲାଣ କରିଛି ।

ବେଆଇନ ୨୫ ଲକ୍ଷ ଲାଞ୍ଚ କାରବାର ମାମଲା

ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ଏବେ ଫସିଛନ୍ତି ଶିଳ୍ପପତିଙ୍କ ପରିବାର । ବାପା ଓ ବଡ଼ ପୁଅଙ୍କ ପରେ ଏବେ ସାନ ପୁଅଙ୍କ ପାଳିପଡ଼ିଛି । ଷଡଯନ୍ତ୍ରରେ ଚର୍ଚ୍ଚିତଙ୍କ ନାଁ ରହିଥିବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ଦ୍ବିତୀୟ ଥର ପାଇଁ ମହିମା ମିଶ୍ର ଓ ବଡ଼ ପୁଅ ଚନ୍ଦନ ମିଶ୍ର ସିବିଆଇରେ ହାଜର ହୋଇଛନ୍ତି । ଗତକାଲି (ଶୁକ୍ରବାର) ରାତି ତମାମ ସିବିଆଇ ସେମାନଙ୍କୁ ଜେରା କରିଥିଲା । ତେବେ ଚର୍ଚ୍ଚିତଙ୍କ ଗିରଫ ପରେ ମହିମା ଓ ଚନ୍ଦନଙ୍କ ଅଡୁଆ ବଢ଼ିବାରେ ଲାଗିଛି ।

ସିବିଆଇ ସୂଚନା ମୂତାବକ, ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାରରେ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ସିଣ୍ଡିକେଟରେ ବିଲ ହୋଇଥିଲା । ଯାହାର ଏକ ଅଡିଓ ସିବିଆଇ ହାତରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସ ଏବଂ ବିଲଡର ଶିଶିର ଦାସ, ଠିକାଦାର ତଥା ମିଡିଲମ୍ୟାନ ସୁମନ୍ତ ରାଉତ, କେ.ସି.ଟି ଗ୍ରୁପ ମ୍ୟାନେଜର ଶଙ୍ଖ ଶୁଭ୍ର ମିତ୍ର ଓ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ ସହ ଚର୍ଚ୍ଚିତ ମିଶ୍ର ରହିଛନ୍ତି । ଏହା ସହିତ ଚର୍ଚ୍ଚିତଙ୍କୁ 4 ଦିନିଆ ରିମାଣ୍ଡରେ ସିବିଆଇ ନେଇଥିବା ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.