ଶାସକ ଦଳ ନିର୍ବାଚନ ଆୟୋଗଙ୍କ ନିୟମ ମାନୁନାହିଁ: ବିଜେପି

author img

By

Published : Jan 13, 2022, 12:03 PM IST

ଶାସକ ଦଳ ନିର୍ବାଚନ ଆୟୋଗଙ୍କ ନିୟମ ମାନୁନାହିଁ: ବିଜେପି

ପଞ୍ଚାୟତ ନିର୍ବାଚନ ପାଇଁ ଯାହା କଟକଣା ଅଛି ବିଜେପି ସେସବୁ ପାଳନ କରିବ । ହେଲେ ଶାସକ ଦଳ ପ୍ରଥମେ ତାହା ପାଳନ କରୁ । ବିଜେଡି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ମାନୁନଥିବା ଅଭିଯୋଗ କରି ଏପରି କହିଛି ବିଜେପି । ଅଧିକ ପଢନ୍ତୁ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇସାରିଛି ତାରିଖ । ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଫେବୃୟାରୀ ୧୬ରୁ ମତଦାନ ଆରମ୍ଭ ହେବ । ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ପ୍ରସ୍ତୁତ ହୋଇଛନ୍ତି । ନିର୍ବାଚନରେ ସଭାସମିତି, ବୈଠକ ଏବଂ ମୋଟର ସାଇକେଲ ରାଲି ଉପରେ କଟକଣା ଜାରି ହୋଇଥିବାବେଳେ କେବଳ ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ । ଏଥିସହ ଡିଜିଟାଲ ମାଧ୍ୟମରେ କ୍ୟାମ୍ପେନ ପାଇଁ କୁହାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି ।

ଶାସକ ଦଳ ନିର୍ବାଚନ ଆୟୋଗଙ୍କ ନିୟମ ମାନୁନାହିଁ: ବିଜେପି

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ନିର୍ବାଚନ ପାଇଁ ବିଜେପି ସବୁବେଳେ ପ୍ରସ୍ତୁତ ଅଛି । ଡିଜିଟାଲ ମାଧ୍ୟମରେ ପ୍ରଚାର କିଛି ନୂଆ ନୁହେଁ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଏହାକୁ ଆରମ୍ଭ କରିଥିଲେ । ଆମ ପୂର୍ବରୁ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଚାର କରିଥିଲୁ । ଓଡିଶାରେ ବହୁତ ସ୍ଥାନ ରହିଛି, ଯେଉଁଠି ଇଣ୍ଟରନେଟ କି ନେଟୱାର୍କ ନାହିଁ । ରାଜ୍ୟ ସରକାର ସେମାନଙ୍କୁ ଯୋଗାଇ ଦେଇପାରିନାହନ୍ତି । ତେଣୁ ସେଠିକାର ଲୋକଙ୍କୁ ପାଖକୁ ପହଞ୍ଚିବା ବଡ ଚ୍ୟାଲେଞ୍ଜ ହେବ । ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କଟକଣା ବିଜେପି ମାନିବ । ହେଲେ ଶାସକ ଦଳ ପ୍ରଥମେ ତାହା ପାଳନ କରୁ । ଶାସକ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ମାନୁନଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ ମଧ୍ୟ ଉଠିଛି । ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାଜନିତ ବିଭ୍ରାଟକୁ ନେଇ ବର୍ଷିଛନ୍ତି ଲେଖାଶ୍ରୀ । ପଞ୍ଜାବ ସରକାର ଓ ଗାନ୍ଧୀ ପରିବାର ମିଳି ମିଶି ଏଭଳି କାଣ୍ଡ ଜାଣିଶୁଣି କରିଛନ୍ତି । ରାଜ୍ୟ ବିଜେପି ଏହାକୁ ନିନ୍ଦା କରିବା ସହିତ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ତଦନ୍ତ ଟିମ୍ ନିଷ୍ପତ୍ତିକୁ ସ୍ବାଗତ କରିଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.