ରାଜଧାନୀରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

author img

By

Published : Sep 23, 2022, 1:13 PM IST

Updated : Sep 23, 2022, 1:51 PM IST

ରାଜଧାନୀରେ ରାଜ୍ୟ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ବରରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ବଂଶଲ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ (BJP Odisha in-charge Sunil Bansal )। ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ବିମାନ ବନ୍ଦରରୁ ବଂଶଲ ସିଧା ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ବଂଶଲ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ।

ରାଜଧାନୀରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ଏହା ତାଙ୍କ ଦ୍ବିତୀୟ ଓଡିଶା ଗସ୍ତ । ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିବା ପରେ ତାଙ୍କୁ ବିଜେପି କର୍ମୀ ସ୍ବାଗତ କରିଛନ୍ତି । ଆଗକୁ ୨୦୨୪ ନିର୍ବାଚନ ଆସୁଥିବାରୁ ଦଳର ରଣନୀତି ଉପରେ ଆଲୋଚନା ରାଜ୍ୟ କାର୍ଯ୍ୟାଳୟରେ ଆଲୋଚନା କରିବେ ବଂଶଲ । ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଭାବରେ ଆଲୋଚନା କରିବେ । ଆଗାମୀ 29 ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତରେ ଆସିବେ । ଏହା ପୂର୍ବରୁ ବଂଶଲ ସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ।

ଏହା ବି ପଢନ୍ତୁ...ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ

ବିଶେଷ କରି ନଡ୍ଡାଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ବ୍ୟବସ୍ଥା କେତେ ଆଗକୁ ବଢିଛି ତାର ସମୀକ୍ଷା କରିବେ ବଂଶଲ । ପୂର୍ବ ଗସ୍ତରେ ସୁନୀଲ ବଂଶଲ ରାଜ୍ୟ ବିଜେପିକୁ ଯେଉଁ କାର୍ଯ୍ୟ ଦେଇଥିଲେ ତାର ଏକ ବିସ୍ତୃତ ସମୀକ୍ଷା କରିବେ ସେ । ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭେଟିବେ । ରାଜନୈତିକ ଦୃଷ୍ଟି କୋଣରୁ ଚାଲିଥିବା କାର୍ଯ୍ୟକ୍ରମ ସମୀକ୍ଷା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

ପୂର୍ବରୁ ସେପ୍ଟେମ୍ବର 5ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଓଡ଼ିଶାର ଦାୟିତ୍ବ ନେବାପରେ ତାହା ସୁନୀଲ ବଂଶଲଙ୍କ ପ୍ରଥମ ଗସ୍ତ ଥିଲା । ଗସ୍ତରେ ବିଜେପିର କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଦଳୀୟ ନେତାମାନେ ସଂଗଠନକୁ ଆଗକୁ ବଢିବାରେ ଉପୁଜୁଥିବା ସମସ୍ୟା ବିଷୟରେ କହିଥିଲେ । ଆଗକୁ ଦଳ କିପରି ଶାସନ ଦଳ ବିପକ୍ଷରେ ତୀବ୍ର ହେବ ସେ ନେଇ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 23, 2022, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.