ଫୋକସ୍‌ ଓଡିଶା, ଆସନ୍ତା 29ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

author img

By

Published : Sep 21, 2022, 12:40 PM IST

Jp nadda visit to odisha

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି । ଆସନ୍ତା 29 ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP National President JP Nadda to visit Odisha) । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ସେପ୍ଟେମ୍ବର 29 ତାରିଖରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ମାଗଦର୍ଶନ କରିବା ପାଇଁ ନଡ୍ଡାଙ୍କ ଗସ୍ତର ମୁଖ୍ୟ ଲକ୍ଷ୍ୟ । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ବିଜେପି ନେତ୍ରୀ ଡି.ପୁରେନ୍ଦେଶ୍ବରୀ ।

ଆସନ୍ତା 29ରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ବିଜେପି ଫୋକସରେ ପଶ୍ଚିମବଙ୍ଗ ଓ ଓଡିଶା ରହିଛି । ଏହି ପରିପ୍ରେକ୍ଷୀରେ ଚଳିତ ମାସରେ ଓଡିଶା ବିଜେପିରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବେ । ବିଜେପିର ତିନି ପ୍ରମୁଖ ଚେହେରା ଓଡ଼ିଶା ଗସ୍ତରେ ଆସୁଥିବାର ସୂଚନା ମିଳିଥିବାବେଳେ ସେପ୍ଟେମ୍ବର 29 ତାରିଖରେ ଜେପି ନଡ୍ଡା ଓଡିଶା ଗସ୍ତ କରି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ । କିପରି ଓଡିଶାରେ ଦଳ ବାଜି ମାରିବ ଲୋକଙ୍କ ନିକଟତର ହେବ ଏ ନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ରୀ ଦେବେ ନଡ୍ଡା ।

ଏହା ବି ପଢନ୍ତୁ... ସେଆ ଅଧ୍ୟକ୍ଷ ହେଲେ ଶିଶିର କୁମାର ରଥ

୦୨୪ ପାଇଁ ପ୍ରସ୍ତୁତି ଭାବେ ବିଜେପି କେନ୍ଦ୍ରୀୟ ନେତା ଓଡିଶା ଗସ୍ତ କରୁଛନ୍ତି । କିଛିଦିନ ପୂର୍ବରୁ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତା କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସେପ୍ଟେମ୍ବର ୫ ଓ ୬ରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ବେଳେ ଆଗାମୀ ଦିନରେ ବିଜେପି ନେତାଙ୍କ ମାରାଥନ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଏହା ବି ପଢନ୍ତୁ...ନୂଆଦିଲ୍ଲୀରୁ ଫେରିବା ପରେ ଜୟଙ୍କ ଦମ୍ଭୋକ୍ତି, ଓଡିଶା ଦଖଲ କରିବ ବିଜେପି

2024 ନିର୍ବାଚନକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ନିର୍ବାଚନୀ ତାତି ବଢିବାକୁ ଲାଗିଛି । ସରକାର ଗଢିବା ନେଇ ସବୁ ଦଳ ଦାବି କରିଛନ୍ତି । ତେବେ କାହାର ରଣନୀତି କାମ ଦେଉଛି କେଉଁ ଦଳ ଲୋକଙ୍କ ବିଶ୍ବାସ ଜିତୁଛି ତାହା ସମୟ କହିବ । ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରି ବିଜେପି ଯୋଜନା ଆରମ୍ଭ କରି ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.