ବାରମ୍ବାର ଓଡିଶା ଆସିବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

author img

By

Published : Sep 20, 2022, 10:27 PM IST

ବାରମ୍ବାର ଓଡିଶା ଆସିବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ଓଡିଶା ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ନଡ୍ଡାଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ ବଂଶଲ । ଏହା ସହ ସଙ୍ଗଠନ ମଜବୁତ ନେଇ ବରିଷ୍ଠ ନେତୃବୃନ୍ଦଙ୍କସହ ଆଲୋଚନା କରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ଓଡିଶା ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ନଡ୍ଡାଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ ବଂଶଲ । ଏହା ସହ ସଙ୍ଗଠନ ମଜବୁତ ନେଇ ବରିଷ୍ଠ ନେତୃବୃନ୍ଦଙ୍କସହ ଆଲୋଚନା କରିବେ । ଆସନ୍ତା 2024 ନିର୍ବାଚନକୁ ଆଖି ଆଗରେ ରଖି ବାରମ୍ବାର ଆସିବେ କ୍ଷେତ୍ରୀୟ ପ୍ରଭାରୀ ବୋଲି କହିଛନ୍ତି ବିଜେପି ନେତା ମନମୋହନ ସାମଲ ।

ବାରମ୍ବାର ଓଡିଶା ଆସିବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜେପି ନଡ୍ଡାଙ୍କ ଗସ୍ତ ନେଇ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗସ୍ତ ନେଇ ଆଲୋଚନା ହୋଇଥିଲା ।

ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.