BJP ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ: ଲେଖାଶ୍ରୀ

author img

By

Published : Jan 13, 2022, 4:37 PM IST

Updated : Jan 13, 2022, 5:02 PM IST

ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ: ଲେଖାଶ୍ରୀ

ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିଗଲାଣି । କର୍ମୀମାନେ ସବୁବେଳେ ଆଗଭର ଅଛନ୍ତି । ମତଦାତା ମଧ୍ୟ ଆମ ସପକ୍ଷରେ ଅଛନ୍ତି । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରିଗଲାଣି । କର୍ମୀମାନେ ସବୁବେଳେ ଆଗଭର ଅଛନ୍ତି। ମତଦାତା ମଧ୍ୟ ଆମ ସପକ୍ଷରେ ଅଛନ୍ତି । ପଞ୍ଚାୟତ ନିର୍ବାଚନ ନେଇ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର । ଗତ ୨୨ ବର୍ଷ ହେଲା ବିଜେଡି ସରକାର ରାଜ୍ୟରେ ଯାହା କରିଛି ତା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଥିବା କହିଛନ୍ତି ଲେଖାଶ୍ରୀ ।

ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ: ଲେଖାଶ୍ରୀ

ଜନମତକୁ ଦୃଢ଼ିଭୂତ କରିବାରେ ବିଜେପି ମୁଖ୍ୟ ଭୂମିକା ଗ୍ରହଣ କରିବ । ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ହେଲେ ଏଥର ତାଠାରୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି ବିଜେପି । ରାଜ୍ୟରେ ୩୬ ଟି ସାଙ୍ଗଠନିକ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏବଂ ସବୁ ଜିଲ୍ଲା ପରିଷଦ ସ୍ଥାନରେ ପ୍ରାର୍ଥୀ ସକ୍ରିୟ ରହିଛନ୍ତି । ଅଧିକାଂଶ ସ୍ଥାନରେ ଉଣା ଅଧିକ ପ୍ରାର୍ଥୀ ଚୟନ ଶେଷ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Jan 13, 2022, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.