କୋଟିଆ ପ୍ରସଙ୍ଗରେ ବିଜେଡିର ଦୃଢୋକ୍ତି, ଆନ୍ଧ୍ର କେବେ ବି ହେବନି ସଫଳ

author img

By

Published : Sep 19, 2022, 10:55 PM IST

Etv Bharat

ଦୀର୍ଘ ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ କୋଟିଆ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ଏହି ଅଞ୍ଚଳ ହାତେଇବାକୁ ଆନ୍ଧ୍ର ସରକାର ସମସ୍ତ ସମ୍ଭବ ପ୍ରୟାସ କରୁଛନ୍ତି । କୋଟିଆକୁ ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏନେଇ ଗତକାଲି ଇଟିଭି ଭାରତ ଅନେକ ପ୍ରଶ୍ନ ଉଠାଇଥିଲା । ଯାହାର ଆଜି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ।

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ କୋଟିଆ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ଏହି ଅଞ୍ଚଳ ହାତେଇବାକୁ ଆନ୍ଧ୍ର ସରକାର ସମସ୍ତ ସମ୍ଭବ ପ୍ରୟାସ କରୁଛନ୍ତି । କୋଟିଆକୁ ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଏନେଇ ଗତକାଲି ଇଟିଭି ଭାରତ ଅନେକ ପ୍ରଶ୍ନ ଉଠାଇଥିଲା । ଯାହାର ଆଜି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ (BJD refutes all charges of not taking kotia case seriously ) ।

କୋଟିଆ ପ୍ରସଙ୍ଗରେ ବିଜେଡିର ଦୃଢୋକ୍ତି, ଆନ୍ଧ୍ର କେବେ ବି ସଫଳ ହେବନି

ବିଜେଡି ମୁଖପାତ୍ର କହିଛନ୍ତି ଇତିହାସ ଦୃଷ୍ଟିକୋଣରୁ କୋଟିଆ ଆମର । କୋଟିଆକୁ ଆନ୍ଧ୍ର ନେଇପାରିବ ନାହିଁ । ଆନ୍ଧ୍ରର ସମସ୍ତ ଚେଷ୍ଟା ଫେଲ ମାରିବ (party leader says govt working day night to foil Andhra plan) । ମାମଲା ସୁପ୍ରିମକୋର୍ଟରେ ଅଛି । ସୁପ୍ରିମକୋର୍ଟ ଷ୍ଟାଟସ କୋ ମେଣ୍ଟନ ପାଇଁ ଅର୍ଡର କରିଛନ୍ତି । ତେବେ ଖାଲି ରାଜ୍ୟ ଚାହିଁଲେ ହେବ ନାହିଁ କେନ୍ଦ୍ର ସରକାର ମଧ୍ୟ ସହାୟତାର ହାତ ବଢାଇବା ଦରକାର । କୋଟିଆ ସମସ୍ୟାର ସମାଧାନ ସଂସଦରେ ହୋଇପାରିବ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନିକଟରେ କରିଥିବା ବୈଠକରେ କୋଟିଆ ପ୍ରସଙ୍ଗ ସ୍ଥାନ ପାଇଛି । ରାଜ୍ୟ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି କୋଟିଆ କିପରି ଓଡିଶା ସହିତ ରହିବ । ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିବ ।

ତେବେ ଆନ୍ଧ୍ରର ଉପ ମୁଖ୍ୟମନ୍ତ୍ରୀ କୋଟିଆ ଅଞ୍ଚଳକୁ ସରକାରୀ ଟୁର କରିବା ପ୍ରସଙ୍ଗକୁ ସେ ଏଡାଇ ଯାଇଛନ୍ତି । କହିଛନ୍ତି ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ନିୟମିତ ଭାବେ କୋଟିଆ ଯାଉଛନ୍ତି । କେବଳ ସେତିକି ନୁହେଁ, ଦେଓମାଳୀକୁ ଆନ୍ଧ୍ରର 50 ଜଣ ଅଧିକାରୀ ବୁଲିବାକୁ ଆସିବା ପ୍ରସଙ୍ଗରେ ସମାନ କଥା ଦୋହରାଇଛନ୍ତି । ଏହା ଏକ ପିକନିକ ସ୍ପଷ୍ଟ । ସେମାନେ ଆସିପାରିବେ । ତେବେ ଦେଓମାଳୀରେ ମାଟି ପରୀକ୍ଷା ଓ ମିନେରାଲ ପରୀକ୍ଷା ପ୍ରସଙ୍ଗକୁ ମଧ୍ୟ ଏଡାଇ ଯାଇଛନ୍ତି । କହିଛନ୍ତି କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । 150 କୋଟି ଟଙ୍କାର ବିକାଶ ମୂଳକ କାମ ଚାଲିଛି କୋଟିଆରେ । ଏହା ଭିତରେ ରହିଛି ଆଦର୍ଶ ବିଦ୍ୟାଳୟ , ହସ୍ପିଟାଲ, ରାସ୍ତା, ସ୍କୁଲ ପୋଲିସ ଷ୍ଟେସନ ।

ତେବେ କୋଟିଆର 95 ପ୍ରତିଶତ ଲୋକଙ୍କ ପାଖରେ ଓଡିଶାର ଭୋଟର କାର୍ଡ ଥିବା ବେଳେ 3ରୁ 4 ପ୍ରତିଶତଙ୍କ ପାଖରେ ଆନ୍ଧ୍ରର କାର୍ଡ ରହିଥିବା କଥାକୁ ସ୍ବିକାର କରିଛି ବିଜେଡି । ତେବେ ଏହା କୋଟିଆକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସେ କହିଛନ୍ତି । 1936 ମସିହାରେ ଗଠିତ ହୋଇଥିଲା ସ୍ବତନ୍ତ୍ର ଓଡିଶା । 1956 ମସିହାରେ ଗଠିତ ହୋଇଥିଲା ଆନ୍ଧ୍ରପ୍ରଦେଶ । ଏହା 5ବର୍ଷ ପରେ ଏହି ସମସ୍ୟା ଉଭା ହୋଇଛି । କିନ୍ତୁ ଆନ୍ଧ୍ର ଏଥିରେ ସଫଳ ହେବ ନାହିଁ ବୋଲି ଦୃଢତାର ସହିତ କହିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.