Panchayat Election: ବିଧାୟକ କହିଲେ ବିଜେଡି କରିଛି ସ୍ବତନ୍ତ୍ର ଷ୍ଟ୍ରାଟେଜି

author img

By

Published : Jan 14, 2022, 4:13 PM IST

ପଞ୍ଚାୟତ ନିର୍ବାଚନ ନେଇ ବିଜେଡି କରିଛି ସ୍ବତନ୍ତ୍ର ଷ୍ଟ୍ରାଟେଜି: ଦେବୀ

ପଞ୍ଚାୟତ ନିର୍ବାଚନ(Odisha Panchayat Election) ନେଇ ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ପ୍ରାର୍ଥୀ ଚୟନ ଲାଗି ବିଜେଡି ଏକ ସ୍ବତନ୍ତ୍ର ଷ୍ଟ୍ରାଟେଜି କରିଛି ବୋଲି କହିଛନ୍ତି ଦଳର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜୋରଦାର କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ପ୍ରାର୍ଥୀ ଚୟନ ଲାଗି ବିଜୁ ଜନତା ଦଳ ଏକ ସ୍ବତନ୍ତ୍ର ଷ୍ଟ୍ରାଟେଜି କରିଛି ବୋଲି କହିଛନ୍ତି ଦଳର ବିଧାୟକ ତଥା ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ଦେବୀ କହିଛନ୍ତି ଯେ, ବିଜୁ ଜନତା ଦଳର ନୀତି ଆଦର୍ଶ ବିଚାରଧାରା ରହିଛି । ବିକାଶ ଏଜେଣ୍ଡା ନେଇ ଦଳ କାମ କରୁଛି । ଦୁଇ ଜାତୀୟ ରାଜନୈତିକ ଦଳଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଥିବା ଓଡ଼ିଶାବାସୀ ଜାଣୁଛନ୍ତି ।

ପଞ୍ଚାୟତ ନିର୍ବାଚନ ନେଇ ବିଜେଡି କରିଛି ସ୍ବତନ୍ତ୍ର ଷ୍ଟ୍ରାଟେଜି: ଦେବୀ

ଜନମତ ସେମାନଙ୍କ ସହିତ ନାହିଁ । ଲୋକ ନିଷ୍ପତ୍ତି ନେଇ ସାରିଛନ୍ତି ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ସମର୍ଥନ ଦେବେ । ପ୍ରାର୍ଥୀ ଚୟନ ନେଇ ବିଜେଡିରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ଅଞ୍ଚଳର ଲୋକଙ୍କୁ ନେଇ ଗ୍ରୁପ ହୋଇଛି । ଯାହାର ବିଜୟ ସମ୍ଭାବନା ରହିଛି ତାଙ୍କ ନାଁ ସୁପାରିଶ କରାଯାଉଛି । ଦଳ ଯାହାକୁ ଚୟନ କରିବେ ତାକୁ ଆମେ ପ୍ରାର୍ଥୀ ଭାବେ ଗ୍ରହଣ କରିବୁ । ତାକୁ ବିଜୟୀ କରିବା ପାଇଁ ଉଦ୍ୟମ କରିବୁ । ବିଜେଡି ସପକ୍ଷରେ ଅଧିକ ଜନମତ ରହିଛି ।

ବିଜେଡିରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ । ଗୋଟିଏ ପରିବାରରେ ଅଧିକ ସଦସ୍ୟ ରହିଲେ ମନୋମାଳିନ୍ୟ ହୋଇଥାଏ । ତାକୁ ସମ୍ପୂର୍ଣ୍ଣ ଭାବେ ଦୂର କରି ଓଡ଼ିଶାବାସୀଙ୍କୁ ସେବା ଯୋଗାଇବା ପାଇଁ ଫୁଲଦମରେ ବିଜୁ ଜନତା ଦଳ ଲଢିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.