ଗଞ୍ଜେଇ ମାଫିଆଙ୍କ ବେନାମୀ ୩.୫ କୋଟି ଟଙ୍କା ସମ୍ପତ୍ତି ଜବତ

author img

By

Published : Oct 5, 2021, 9:59 PM IST

ଜବତ ହେଲା ଗଞ୍ଜେଇ ମାଫିଆଙ୍କ ବେନାମୀ ୩.୫ କୋଟି ଟଙ୍କା ସମ୍ପତ୍ତି

ଗଞ୍ଜେଇ ମାଫିଆଙ୍କ ବେନାମି ସମ୍ପତ୍ତି ଜବତ୍‌ କରିଛି ଓଡ଼ିଶା ପୋଲିସ । ନିଶା କାରବାରକୁ ରୋକିବା ଅଭିଯାନରେ ଆଉ ଏକ ଦୃଷ୍ଟାନ୍ତ ପଦକ୍ଷେପ ନେଇଛି ମାଲକାନଗିରି ପୋଲିସ । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର/ମାଲକାନଗିରି: ଗଞ୍ଜେଇ ମାଫିଆଙ୍କ ବେନାମି ସମ୍ପତ୍ତି ଜବତ୍‌ କରିଛି ଓଡ଼ିଶା ପୋଲିସ । ନିଶା କାରବାରକୁ ରୋକିବା ଅଭିଯାନରେ ଆଉ ଏକ ଦୃଷ୍ଟାନ୍ତ ପଦକ୍ଷେପ ନେଇଛି ମାଲକାନଗିରି ପୋଲିସ । ୬ ଅଭିଯୁକ୍ତଙ୍କ ୫ ବିଲ୍‌ଡି୍ଂ ସମେତ ୬ଟି ଗାଡି ଓ ୧୨ଟି ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବାନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ।

ଗଞ୍ଜେଇ ମାଫିଆଙ୍କ ବେନାମୀ ୩.୫ କୋଟି ଟଙ୍କା ସମ୍ପତ୍ତି ଜବତ
ଗଞ୍ଜେଇ ମାଫିଆଙ୍କ ବେନାମୀ ୩.୫ କୋଟି ଟଙ୍କା ସମ୍ପତ୍ତି ଜବତ
ଜବତ ହେଲା ଗଞ୍ଜେଇ ମାଫିଆଙ୍କ ବେନାମୀ ୩.୫ କୋଟି ଟଙ୍କା ସମ୍ପତ୍ତି

ଫେବ୍ରୁଆରୀ ୧ ତାରିଖରେ ମାଲକାନଗିରିର ଏମ ୭ ଥାନା ଅଞ୍ଚଳରୁ ୧୪୦୬ କେଜି ଜବତ କରିଥିଲା ପୋଲିସ । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବେନାମି ସମ୍ପତ୍ତିକୁ ଆଟାଚ ପାଇଁ ନିର୍ଦ୍ଦେଶ ଦେଇଛି ନ୍ୟାୟିକ ପ୍ରାଧିକରଣ କୋଲକାତାର କମ୍ପିଟେଣ୍ଟ୍‌ ଅଥରିଟି । ଏହି ଆଧାରରେ ୬ ଜଣ ଅଭିଯୁକ୍ତଙ୍କ ୫ ବିଲ୍‌ଡି୍ଂ ସମେତ ୬ଟି ଗାଡ଼ି ଓ ୧୨ଟି ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି । ଏହି ସମସ୍ତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୩.୫ କୋଟି ଟଙ୍କା ହେବ ।

ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ କୋଶାଗୁୁମୁଡ଼ା ଥାନା ଓ ପାପଡାହାଣ୍ଡି ଥାନା ଅଞ୍ଚଳର ଗଞ୍ଜେଇ ମାଫିଆଙ୍କ ୧.୬୭କୋଟି ଓ ୪.୮୮କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପୋଲିସ । ଗଞ୍ଜେଇ ବା ଡ୍ରଗ‌୍‌ସ କାରବାର କରୁଥିବା ଅଭିଯୁକ୍ତମାନଙ୍କ ସମ୍ପତ୍ତିକୁ NDPS ନିୟମରେ ଜବତ କରିବା କରିବାର ପ୍ରାବଧାନ ରହିଛି । ମାଫିଆମାନେ ଠୁଳ କରିଥିବା ବେନାମି ସମ୍ପତ୍ତି ଜବତ ପାଇଁ କୋଲକାତା କମ୍ପିଟେଣ୍ଟ୍‌ ଅଥରିଟି ବା ନ୍ୟାୟିକ ପ୍ରାଧିକରଣଙ୍କୁ (quasi judicial authority) ଅନୁମତି ମଗାଯାଏ । ସେଠାରୁ ଅନୁମତି ମିଳିବା ପରେ ସମ୍ପତ୍ତି ଜବତ କରିଥାଏ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା ଓ ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.