ମମିତା ମୃତ୍ୟୁ ମାମଲା, ତଦନ୍ତ ପାଇଁ NHRCରେ ଆବେଦନ କଲା ଭାରତୀୟ ବିକାଶ ପରିଷଦ

author img

By

Published : Oct 20, 2021, 7:47 AM IST

ମମିତା ମୃତ୍ୟୁ ମାମଲା, ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନରେ ଆବେଦନ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲା ଭାରତୀୟ ବିକାଶ ପରିଷଦ । ଅଧିକ ପଢନ୍ତୁ...

ଭୁବନେଶ୍ବର: ତୀବ୍ର ହେଉଛି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ମୃତ୍ୟୁ ମାମଲା । ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲା ଭାରତୀୟ ବିକାଶ ପରିଷଦ ।

ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ସମଗ୍ର ଘଟଣା ରହସ୍ୟ ଘେରରେ ରହିଛି । ଏହି ଚର୍ଚ୍ଚିତ ଘଟଣାରେ ପ୍ରଥମରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ରହିଛି ।

ମମିତା ମୃତ୍ୟୁ ମାମଲା, ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନରେ ଆବେଦନ

ଅଭିଯୁକ୍ତଙ୍କ ସମ୍ପର୍କ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ରହିଥିବାରୁ ପୋଲିସ ଉପଯୁକ୍ତ ତଦନ୍ତ କରିବା ଆଶା କମ୍ ରହୁଛି । ଜାତୀୟ ମାନବାଧିକାର କମିଶନ ନିଜଆଡୁ ଘଟଣାର ତଦନ୍ତ କରିବା ଅବାଶ୍ୟକ । କମିଶନ ତଦନ୍ତ କଲେ ଘଟଣା ପଛର ରହସ୍ୟ ଉନ୍ମୋଚିତ ହେବ ଓ ପ୍ରକୃତ ସତ ପଦାକୁ ଆସିବ ବୋଲି ଦାଶଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ଦାବି କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.