ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ

author img

By

Published : Sep 14, 2022, 7:05 PM IST

ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ

ବିଶ୍ୱ ପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ତଥା ବରଗଡ ଧନୁଯାତ୍ରା ମହୋତ୍ସବର ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ଆଜି ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ଅଧିକ ପଢନ୍ତୁ

ବରଗଡ: ବିଶ୍ୱ ପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ତଥା ବରଗଡ ଧନୁଯାତ୍ରା ମହୋତ୍ସବର ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ଆଜି ସକାଳେ ପରଲୋକ ଘଟିଛି (actor who played kansa maharaj in the bargarh dhanu yatra passes away) । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ବରଗଡ ଜିଲା ଅତାବିରା ବ୍ଳକ ଅନ୍ତର୍ଗତ ହିର୍ଲିପାଲି ଗ୍ରାମରେ ଆଜି ତାଙ୍କର ନିଧନ ହୋଇଛି ।

ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ
ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ

ସ୍ବର୍ଗତ ବିଶ୍ୱାଳ ବରଗଡ ଧନୁଯାତ୍ରାରେ ଅଭିନୟ କରିବା ସହିତ ସେ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ପାର୍ଶ୍ୱ ଅଭିନେତା ଭାବେ ମଧ୍ୟ ଅଭିନୟ କରିଥିଲେ । ଏହାସହ ଅନେକ ନାଟକରେ ମଧ୍ୟ ତାଙ୍କ ଦମଦାର ଚରିତ୍ର ଦର୍ଶକଙ୍କ ମନ ଜିଣିଥିଲା । ସେ ନିଜେ ବହୁ ନାଟକରେ ନିର୍ଦେଶନା ମଧ୍ୟ ଦେଇଛନ୍ତି । ତାଙ୍କ ବିୟୋଗରେ ବରଗଡ ଜିଲାରେ ଶୋକର ଛାୟା ଖେଳିଯାଇଛି ।

ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ
ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.