STATE CORONA: ଦିନକରେ 615 ପଜିଟିଭ ଚିହ୍ନଟ, 68 ଶିଶୁ ଆକ୍ରାନ୍ତ

author img

By

Published : Oct 13, 2021, 10:30 AM IST

Updated : Oct 13, 2021, 10:46 AM IST

STATE CORONA: ଦିନକରେ 615 ପଜିଟିଭ ଚିହ୍ନଟ, 68 ଶିଶୁ ଆକ୍ରାନ୍ତ

ଉପରତଳ ହେଉଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି 615 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 68 ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ 357 ଓ 258ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଉପରତଳ ହେଉଛି କୋରୋନା ଗ୍ରାଫ୍ । କିଛିଦିନ ଧରି କୋରୋନା ସଂକ୍ରମଣରେ ହ୍ରାସ ଘଟିଥିବା ବେଳେ ଏବେ ଦୁଇ ଦିନ ହେଲା ପୁଣି ବଢୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି 615 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 68 ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ 357 ଓ 258ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 323 ଜଣ ଥିବାବେଳେ ଅନୁଗୋଳରୁ 4, ବାଲେଶ୍ବରରୁ 12, ବରଗଡରୁ 3, ଭଦ୍ରକରୁ 7, ବୌଦ୍ଧରୁ ୧, କଟକରୁ 72, ଢେଙ୍କାନାଳରୁ ୧, ଗଞ୍ଜାମରୁ 3, ଜଗତସିଂହପୁରରୁ ୮, ଯାଜପୁରରୁ 9, କେନ୍ଦ୍ରାପଡ଼ାରୁ ୧0, କେନ୍ଦୁଝରରୁ 3, କୋରାପୁଟରୁ 4, ମୟୂରଭଞ୍ଜରୁ 28, ନୟାଗଡରୁ 3, ନୂଆପଡାରୁ 3, ପୁରୀ 15, ରାୟଗଡାରୁ ୧, ସମ୍ବଲପୁରରୁ 19, ସୁନ୍ଦରଗଡ଼ରୁ 8 ଏବଂ ଷ୍ଟେଟ ପୁଲ୍‌ରୁ 76 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 33 ହଜାର 288ରେ ପହଞ୍ଚିଛି । ଏଥି ମଧ୍ୟରୁ ୫୨୦୩ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୦ ଲକ୍ଷ ୧୯ ହଜାର ୭୬୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨ କୋଟି ୦୮ ଲକ୍ଷ ୨୭ ହଜାର ୯୨୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 13, 2021, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.