୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ ଦେଲେ କୋର୍ଟ

author img

By

Published : Sep 24, 2022, 12:56 PM IST

Etv Bharat

ଜଣେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଅଧିକ ପଢନ୍ତୁ

ଫୁଲବାଣୀ: ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜଣେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ତାଙ୍କୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି । ଏହା ଅନାଦେୟ ଅଧିକ ୧ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଜି.ଉଦୟଗିରି ଥାନା ଅଞ୍ଚଳର ପ୍ରସନ୍ନ କୁମାର ଦିଗାଲ ।

ମିଳିଥିବା ସୂଚନା ଅନୁସାରେ, ୨୦୧୯ ଅଗଷ୍ଟ ୨୦ରେ ଶିଶୁ ଜଣକ ଘର ବାରଣ୍ଡାରେ ଖେଳୁଥିଲେ । ଅଭିଯୁକ୍ତ ପ୍ରସନ୍ନ ତାଙ୍କୁ ଚକୋଲେଟ ଦେଇ ନିକଟସ୍ଥ ଚର୍ଚ୍ଚକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ପରିବାର ଲୋକେ ଝିଅକୁ ଖୋଜି ଖୋଜି ଆସି ଚର୍ଚ୍ଚ ପାଖରେ ପହଞ୍ଚିଥିଲେ । ସେଠାରେ ପ୍ରସନ୍ନ ସେମାନଙ୍କୁ ଦେଖି ପଳାଇଥିଲା । ଭିତରକୁ ଯାଇ ଦେଖିଲା ବେଳକୁ ଝିଅକୁ ପାଇଥିଲେ । ଏନେଇ ପରିବାର ପକ୍ଷରୁ ପରଦିନ ଥାନାରେ ଏତଲା ଦିଆ ଯାଇଥିଲା ।

ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ପ୍ରସନ୍ନଙ୍କୁ ଗିରଫ କରିଥିଲା । ମୋଟ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.