ଆଖୁଆପଦାରେ ବିପଦ ସଙ୍କେତ ଟପିଲା ବୈତରଣୀ, ଆଲର୍ଟ ମୋଡରେ ଜିଲ୍ଲା ପ୍ରଶାସନ

author img

By

Published : Sep 14, 2021, 10:58 PM IST

ଆଖୁଆପଦାରେ ବିପଦ ସଙ୍କେତ ଉପରେ ବୈତରଣୀ, ଆଲର୍ଟ ମୋଡରେ ଜିଲ୍ଲା ପ୍ରଶାସନ

ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ବିପଦ ସଙ୍କେତ ଉପରେ ଜଳସ୍ତର । ଆଲର୍ଟ ମୋଡରେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଭଦ୍ରକ: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଚଳିତ ବର୍ଷ ବୈତରଣୀ ନଦୀରେ ତୃତୀୟ ଥର ବନ୍ୟା ଆସିଛି। ଫଳରେ ଆଖୁଆପଦା ଠାରେ ବିପଦ ସଙ୍କେତ ଅତିକ୍ରମ କରିଛି ବୈତରଣୀ । ସେଠାରେ ବିପଦ ସଙ୍କେତ 17.83 ମିଟର ଥିଲାବେଳେ ବର୍ତ୍ତମାନ ଏହା ବିପଦ ସଂକେତ ଉପରେ ଅର୍ଥାତ 18.01 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ରହଣିଆ, ନପଙ୍ଗ, ମଣିନାଥପୁର, ଷୋଳମପୁର, ବିରୁଡି, ମାଳଦା, କୁରିଗାଁ ଆଦି 7 ଗୋଟି ପଂଚାୟତ ଓ ଧାମନଗର ବ୍ଲକର ଆନନ୍ଦପୁର, ଖଣ୍ଡତଡା, ସୋହଡା ଆଦି 3 ଗୋଟି ପଞ୍ଚାୟତ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଆଖୁଆପଦାରେ ବିପଦ ସଙ୍କେତ ଉପରେ ବୈତରଣୀ, ଆଲର୍ଟ ମୋଡରେ ଜିଲ୍ଲା ପ୍ରଶାସନ

ଅନ୍ୟପକ୍ଷରେ ଜିଲ୍ଲାରେ ଗତକାଲି 53.86 ପ୍ରତିଶତ ବର୍ଷା ଓ ଆଜି 65 ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ବରିଷ୍ଠ ଅଧିକାରୀଙ୍କୁ ଏହି ଦୁଇ ଗୋଟି ବ୍ଲକକୁ ପଠାଯିବା ସହିତ ତଳିଆ ଅଞ୍ଚଳର ସ୍ଥିତ ଉପରେ ନଜର ରଖିବାକୁ ବିଡ଼ିଓ ଏବଂ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

ସେହିପରି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କାନପୁର କରଞ୍ଜିଆ ଡ୍ୟାମରେ 2 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେବା ଫଳରେ ଆଖୁଆପଦା ଠାରେ ବିପଦ ସଙ୍କେତ ଟପିଥିଲା ବୈତରଣୀ ନଦୀ। ଉପର ମୁଣ୍ଡରେ ବର୍ଷା କମିଥିବା ଯୋଗୁ ବର୍ତ୍ତମାନ ଗୋଟିଏ ଗେଟ ବନ୍ଦ କରି ଦିଆଯାଇଛି। ତେଣୁ ଆଖୁଆପଦା ଠାରେ ସର୍ବାଧିକ ଜଳସ୍ତର 18.50 ମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.