ଜବରଦଖଲକୁ ବିରୋଧ କରିବାରୁ RIଙ୍କ ନିର୍ଦ୍ଦେଶରେ ଆକ୍ରମଣ ଘଟଣା, ବସା ବାନ୍ଧୁଛି ଗ୍ରାମବାସୀଙ୍କ ପୁଞ୍ଜୀଭୂତ ଆକ୍ରୋଶ

author img

By

Published : Sep 26, 2021, 10:58 PM IST

ଜବରଦଖଲ ବିରୋଧରେ ଅଭିଯୋଗ କରିବାରୁ RIଙ୍କ ନିର୍ଦ୍ଦେଶରେ ଆକ୍ରମଣ ଘଟଣା, ବସା ବାନ୍ଧୁଛି ପୁଞ୍ଜୀଭୂତ ଆକ୍ରୋଶ

ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତରେ ଜବରଦଖଲକୁ ବିରୋଧ କରି ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତେଜୁଛି ବିବାଦ। କାର୍ଯ୍ୟାନୁଷ୍ଠାନ ନହେଲେ 30ତାରିଖରେ ରାସ୍ତାକୁ ଓହ୍ଲାଇବେ ସ୍ଥାନୀୟ ଗ୍ରାମବାସୀ । ବିଭିନ୍ନ ଅଧିକାରୀଙ୍କୁ ଦେଲେ ଦାବିପତ୍ର। ଅଧିକ ପଢନ୍ତୁ....

ଭଦ୍ରକ: ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତରେ ଜବରଦଖଲକୁ ବିରୋଧ କରି ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଓ ଘଟଣା ପରେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଆରଆଇଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଘଟଣାରେ ଅସନ୍ତୋଷ ତୀବ୍ର ରୂପ ଧାରଣା କରିବାରେ ଲାଗିଛି । ଯାହାକୁ ନେଇ ବିଭିନ୍ନ ବିଭାଗକୁ ଦାବିପତ୍ର ଦେବା ସହ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ।

ଜବରଦଖଲ ବିରୋଧରେ ଅଭିଯୋଗ କରିବାରୁ RIଙ୍କ ନିର୍ଦ୍ଦେଶରେ ଆକ୍ରମଣ ଘଟଣା, ବସା ବାନ୍ଧୁଛି ପୁଞ୍ଜୀଭୂତ ଆକ୍ରୋଶ

ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତ ଅଧିନ ଗଣ୍ଡପଡା- ଗଣେଶ୍ବରପୁର ଗ୍ରାମ୍ୟ ରାସ୍ତା ଜବରଦଖଲକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି କରିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଆରଆଇ ଇତିଶ୍ରୀ ଖଟୁଆଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରି ଉକ୍ତ ମହିଳା ଆରଆଇଙ୍କୁ ଘରେ ତାଲା ପକାଇ ବନ୍ଦ ରଖିଥିଲେ ସ୍ଥାନୀୟ ବାସିନ୍ଦା ।

ତେବେ ଘଟଣା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆକ୍ରୋଶ ବଢିବାରେ ଲାଗିଛି। ଘଟଣାକୁ ନେଇ ଲଗାତର ବୈଠକ, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆ ନଗଲେ ଆସନ୍ତା 30 ତାରିଖରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଦୋଳସାହି ଠାରେ ପଞ୍ଚାୟତବାସୀଙ୍କ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ଆଇଆଇସି ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ।

ସେଦିନ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା କେଶବ ସେନାପତି ବର୍ତ୍ତମାନ କଟକ ବଡ ଡାକ୍ତରଖାନାରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବା ଲାଗି ମଧ୍ୟ ଦାବି କରିଛନ୍ତି ପଞ୍ଚାୟତବାସୀ। ଉକ୍ତ ଆକ୍ରମଣରେ ଜବରଦଖଲକାରୀଙ୍କ ଠାରୁ ନିଜ ବାପାଙ୍କୁ ଉଦ୍ଧାର କରିବାକୁ ଯାଇଥିବା କେଶବଙ୍କ ଝିଅଙ୍କୁ ମଧ୍ୟ ସମ୍ପୃକ୍ତ ମହିଳା ଆରଆଇ ମାଡ ମାରିଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଘଟଣା ନେଇ ପାଲଟା ଅଭିଯୋଗ କରି ଏତଲା ଦେଇଛନ୍ତି ସମ୍ପୃକ୍ତ ଆରଆଇ। ଆରଆଇଙ୍କ ଏତଲାକୁ ପଞ୍ଚାୟତବାସୀ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି । ଆଇଆଇ ନିଜର ସୁରକ୍ଷା ପାଇଁ କରିଥିବା ମିଥ୍ୟା ଏତଲାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତେବେ ଏନେଇ ପୁଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.