ଝରଣା ପାଣିରେ ଭାସିଯାଇ ଯୁବକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

author img

By

Published : Sep 23, 2021, 3:14 PM IST

ଝରଣା ପାଣିରେ ଭାସିଯାଇ ଯୁବକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଝରଣା ପାଣିରେ ଭାସିଯାଇ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତଲ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବ୍ରହ୍ମପୁର: ଝରଣା ପାଣିରେ ଭାସିଯାଇ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଗତ ବୁରାତଲ ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ପୋଲ ନିର୍ମାଣ ନ ହେବାରୁ ଏପରି ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ଝରଣା ପାଣିରେ ଭାସିଯାଇ ଯୁବକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ମୃତକ ଜଣକ ହେଲେ ୨୭ ବର୍ଷୀୟ ସୋମନାଥ ରଇତ । ଗତକାଲି(ବୁଧବାର) ବୁରାତଲ ଅଞ୍ଚଳରେ ସାପ୍ତାହିକ ହାଟ ଥିବା ଯୋଗୁଁ ସେ କିଛି କିଣିବାକୁ ଆସି ଫେରୁଥିବାବେଳେ ଝରଣା ପାଣିରେ ଗୋଡ଼ ଖସିଯିବାରୁ ନିଖୋଜ ହୋଇଯାଇଥିଲେ । ଗ୍ରାମବାସୀ ଅନେକ ଖୋଜାଖୋଜି କରିବା ପରେ ଆଜି(ଗୁରୁବାର) ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

ଦୀର୍ଘ ଦିନ ଧରି ଏଠାକାର ନଦୀ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିର୍ମାଣ ହେଉନଥିବା ଅଭିଯୋଗ କରିଛନ୍ତି । ଫଳରେ ଏନେଇ କ୍ଷୋଭ ବ୍ୟକ୍ତ କରିବା ସହ ପ୍ରଶାସନିକ ଅବହେଳାକୁ ଦାୟୀ କରି ସ୍ଥାନୀୟ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.