ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିବେ ଦୀପିକା

author img

By

Published : Sep 23, 2022, 9:11 AM IST

ରାଷ୍ଟ୍ରପତିଙ୍କୁ ମାଗିବେ ଇଚ୍ଛାମୃତ୍ୟୁ

ବ୍ରହ୍ମପୁର ଦୀପିକା-ଦିନେଶ ବିବାଦ ମାମଲା । ଦୀନେଶଙ୍କ ଘର ବାରଣ୍ଡାରେ ବସିଥିବା ଦୀପିକାଙ୍କ ଧାରଣା ୫୧ ଦିନରେ ପହଞ୍ଚିଛି । କୌଣସି ନ୍ୟାୟ ନପାଇବାରୁ ଶେଷରେ ରାଷ୍ଟ୍ରପତିଙ୍କ ନିକଟକୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ଧାରଣରତ ଦୀପିକା । ଅଧିକ ପଢନ୍ତୁ

ବ୍ରହ୍ମପୁର: ସ୍ତ୍ରୀର ହକ ସହ ଛୁଆକୁ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ପ୍ରେମିକ ଦିନେଶଙ୍କ ଘର ଆଗରେ ଦୀପିକାଙ୍କର ଧାରଣା ୫୧ ଦିନରେ ପହଞ୍ଚିଛି । ଗତ ୧୯ ତାରିଖରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଉଭୟ ପକ୍ଷଙ୍କୁ ଆପୋଷ ଆଲୋଚନା ପାଇଁ ହାଜର ହେବା ନେଇ ଚିଠି ହୋଇଥିଲା । ଦୀପିକା ହାଜର ହୋଇଥିବା ବେଳେ ଦୀନେଶ ଓ ତାଙ୍କ ପରିବାର ଲୋକେ କେହି ମଧ୍ୟ ମହିଳା କମିଶନରଙ୍କ ପାଖରେ ହାଜର ହୋଇନଥିଲେ । ଯାହାଫଳରେ ପୁଣି ଏକ ଦିନ ଧାର୍ଯ୍ୟ କରିଥିଲେ ମହିଳା କମିଶନ । କୌଣସି ନ୍ୟାୟ ନପାଇବାରୁ ଶେଷରେ ରାଷ୍ଟ୍ରପତିଙ୍କ ନିକଟକୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ଧରଣାରତ ଦୀପିକା ।

ଏହା ମଧ୍ୟ ପଢନ୍ତୁ: ସ୍ତ୍ରୀର ମାନ୍ୟତା ଦାବି, ମହିଳା କମିଶନରେ ହାଜର ହେଲେ ଦୀପିକା

ସୂଚନାଅନୁସାରେ, ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସହିର କେ.ଦିନେଶଙ୍କ ସହିତ ବ୍ରହ୍ମପୁର ସହରର ଜଣେ ଯୁବତୀଙ୍କ ପ୍ରଥମେ ପ୍ରେମ କରିବା ସହ ପରେ ଶାରୀରିକ ସଂପର୍କ ରଖିବା ସହିତ ପୁତ୍ର ସନ୍ତାନ ହୋଇଥିଲା । ହେଲେ ପୁତ୍ର ସନ୍ତାନ ଜନ୍ମଗ୍ରହଣ ପରେ ସଂପୃକ୍ତ ଯୁବତୀଙ୍କୁ କେ.ଦିନେଶ ଏବଂ ତାର ପରିବାର ଗ୍ରହଣ କରୁନଥିବା ଏବଂ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ହଟିଯିବାକୁ କହୁଥିବା ବେଳେ ଶେଷରେ ନିଜ ପ୍ରେମିକ କେ.ଦିନେଶର ବାହାଘର ସ୍ଥିର ହୋଇଥିବା ଜାଣିବା ପରେ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ ଦୀପିକା । ଗତ ଅଗଷ୍ଟ 2 ତାରିଖରୁ ଯୁବତୀ ଜଣଙ୍କ ଧାରଣାରେ ବସିଥିବା ବେଳେ ଇତି ମଧ୍ୟରେ ଧାରଣା ଦୀର୍ଘ 51 ଦିନରେ ପହଞ୍ଚିଛି । ତଥାପି ଅଦ୍ୟାବଧି କୌଣସି ସମାଧାନର ପନ୍ଥା ବାହାରିନଥିବାରୁ ଶେଷରେ ଇଚ୍ଛାମୃତ୍ୟୁ ପାଇଁ କରିବେ ଆବେଦନ କରିବେ ବୋଲି କହିଛନ୍ତି । ଏପରିକି ଧାରଣାରତ ମହିଳା ଇତି ମଧ୍ୟରେ ରାଜ୍ୟ ମହିଳା କମିଶନରଙ୍କୁ ଗତ ଦୁଇ ଦିନ ତଳେ ଏକ ନୋଟିସରେ ଯାଇ ଆଲୋଚନା କରି ଫେରିଥିବା ବେଳେ ପ୍ରେମିକ କେ.ଦିନେଶ ଉପସ୍ଥିତ ହୋଇନଥିଲେ ।

ସେପଟେ ଦିନେଶ ପରିବାର ଯୁବତୀ ଜଣଙ୍କ ଧାରଣାରେ ବସିଥିବା ଯୋଗୁଁ ନିଜ ଘରେ ତାଲା ପକାଇ କେଉଁ ଆଡେ ଚାଲି ଯାଇଥିବା ସୂଚନା ରହିଛି । ଏନେଇ ଦୀପିକା କହିଛନ୍ତି ଯେ," ମୁଁ ଆଜକୁ ୫୧ ଦିନ ହେଲା ଧାରଣାରେ ବସିଛି । କିନ୍ତୁ ମୋତେ କୌଣସି ପ୍ରକାର ସାହାଯ୍ୟ ମିଳୁ ନାହିଁ । ମୁଁ ଅସହାୟତା ଅନୁଭବ କରୁଛି । ୨୦ ମାସର ଛୁଆକୁ ଧରି ଖରା ବର୍ଷାରେ ଧାରଣାରେ ବସିଛି । ମହିଳା କମିଶନଙ୍କ ତରଫରୁ ହାଜର ହେବା ପାଇଁ ନୋଟିସ କରାଯାଇଥିଲେ ମଧ୍ୟ ଦୀନେଶ ହାଜର ହେଉନାହାନ୍ତି । କୌଣସି ପରିସ୍ଥିତିରେ କାହିରିକୁ ସାମ୍ନା କରିବା ଧୈର୍ଯ୍ୟ ଆଉ ମୋର ନାହିଁ । ମୋତେ କୌଣସି ପ୍ରକାର ସାହାଯ୍ୟ ମିଳୁନାହିଁ । ତେଣୁ ମୁଁ ଭାବୁଛି ରାଷ୍ଟ୍ରପତିଙ୍କ ନିକଟକୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିବି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.