ପ୍ରସ୍ତାବିତ ଶୀତଳାପଲ୍ଲୀ ରେଳଓ୍ବାଗନ କାରଖାନା ପରିଦର୍ଶନ କଲେ ପୂର୍ବତଟ ମହାପ୍ରବନ୍ଧକ

author img

By

Published : Sep 22, 2021, 9:15 PM IST

ଶୀତଳାପଲ୍ଲୀ ପ୍ରସ୍ତାବିତ ରେଳଓ୍ବାଗନ କାରଖାନା ସ୍ଥାନ ବୁଲି ଦେଖିଲେ ପୂର୍ବତଟ ମହାପ୍ରବନ୍ଧକ

ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳଓ୍ବାଗନ କାରଖାନା ସ୍ଥଳ ପରିଦର୍ଶନ କେଲ ପୂର୍ବତଟ ରେଳପଥ ମହାପ୍ରବନ୍ଧକ । ପ୍ରସ୍ତାବିତ ପ୍ରକଳ୍ପ ନେଇ କଲେ ସମୀକ୍ଷା । ଅଧିକ ପଢନ୍ତୁ...

ବ୍ରହ୍ମପୁର: ସହର ଉପକଣ୍ଠ ଶୀତଳାପଲ୍ଲୀରେ ପ୍ରସ୍ତାବିତ ରେଳଓ୍ବାଗନ କାରଖାନା ପାଇଁ ରହିଥିବା ସରକାର ପ୍ରଦାନ କରିଥିବା ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ । ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ବିଦ୍ୟାଭୂଷଣଙ୍କ ସମେତ ଇଷ୍ଟକୋଷ୍ଟ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ସହର ଉପକଣ୍ଠ ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ଶୀତଳାପଲ୍ଲୀ ପ୍ରସ୍ତାବିତ ରେଳୱାଗନ୍ କାରଖାନା ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଶୀତଳାପଲ୍ଲୀ ପ୍ରସ୍ତାବିତ ରେଳଓ୍ବାଗନ କାରଖାନା ସ୍ଥାନ ବୁଲି ଦେଖିଲେ ପୂର୍ବତଟ ମହାପ୍ରବନ୍ଧକ

ଏହି ରେଳଓ୍ବାଗନ୍ ଫ୍ୟାକ୍ଟ୍ରି ପାଇଁ ରେଳ ବିଭାଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ 100 ଏକରରୁ ଊର୍ଦ୍ଧ୍ବ ଜମି ଯୋଗାଇ ଦିଆଯାଇଥିଲା । ପୂର୍ବରୁ ସରକାରଙ୍କ ପକ୍ଷରୁ ସ୍ଥିର ହୋଇଥିବା ରେଳ ଓ୍ବାଗନ୍ କାରଖାନା ପାଇଁ କୌଣସି ସଂସ୍ଥା ରାଜି ହୋଇ ନଥିବାରୁ ତାହା ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ସେହି ସ୍ଥାନରେ ରେଳୱାଗନ୍ କରାଯିବ ନଚେତ୍ ଗୁଡ ସେଡ୍ କିମ୍ବା ମରାମତି କାରଖାନା କରାଯିବା ନେଇ ଆଗାମୀ 6 ମାସ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମହାପ୍ରବନ୍ଧକ କହିଛନ୍ତି ।

ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ବ ନେବା ପରେ ରାଜ୍ୟରେ ରେଳ ସେବାର ବିକାଶ ପାଇଁ ଅଧିକ ଗୁରୁତ୍ବ ଦେଉଥିବାରୁ ଏହି ପ୍ରକଳ୍ପକୁ ଗୁରୁତ୍ବ ଦିଆଯାଉଛି । ରେଳବାଇ କ୍ଷେତ୍ରରେ ଯେଉଁ ପ୍ରକଳ୍ପରେ କମ ଭେଣ୍ଡର ରହୁଛି, ତାହାକୁ ଏଠାରେ ଗୁରୁତ୍ବ ଦେବା ସହିତ ସ୍ଥାନୀୟ ଲୋକେ ଯେପରି ଏହାରି ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ପାଇପାରିବେ ସେ ନେଇ ଚିନ୍ତା କରାଯାଉଥିବା ସେ କହିଛନ୍ତି । ସେହିପରି ରେଳ ବିଭାଗର କୌଣସି ବଡ କାରଖାନା ହେଲେ ବହୁ ଯୁବକ ନିଯୁକ୍ତି ପାଇପାରିବେ ବୋଲି କହିବା ରାଜ୍ୟ ସରକାର ଜମି ଚିହ୍ନଟ କରିସାରିଥିବାରୁ ଜମି ମିଳିଯିବା ଏକ ପ୍ରକାର ସ୍ପଷ୍ଟ ବୋଲି କହିଛନ୍ତି ।

ତତ୍କାଳୀନ ସମୟରେ ପ୍ରସ୍ତାବିତ ରେଳ ଓ୍ବାଗନ କାରଖାନର ଘୋଷଣାର ବର୍ତ୍ତମାନର ବଜାର ସ୍ଥିତିକୁ ପୁନଃଅନୁଧ୍ୟାନ କରାଯାଇ ଏହାର ପ୍ରତିଷ୍ଠା ହେବା ନ ହେବା ନେଇ ନିଷ୍ପତ୍ତି ହେବା ସହ ନିର୍ମାଣ କାମ ଆରମ୍ଭ ହେଲେ 2024 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମହାପ୍ରବନ୍ଧକ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନକୁ କାରଖାନା ପାଇଁ ସର୍ବୋତ୍କୃଷ୍ଟ ବୋଲି ଦର୍ଶାଇଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.