ବ୍ରହ୍ମପୁରରେ ଆମ୍ ଆଦମୀ ପାର୍ଟିର ସମ୍ମିଳନୀ, ବିଭିନ୍ନ ଦଳ ଛାଡି ଆପରେ ମିଶିଲେ କର୍ମୀ

author img

By

Published : Sep 22, 2022, 10:51 AM IST

ଆମ୍ ଆଦମୀ ପାର୍ଟିର ସମ୍ମିଳନୀ, ବିଭିନ୍ନ ଦଳ ଛାଡି ଆପରେ ସାମିଲ

ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଆୟୋଜିତ ହୋଇଯାଇଛି ଆମ୍ ଆଦମୀ ପାର୍ଟି ସମ୍ମିଳନୀ । ଏଥିରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ ସଂଗଠନକୁ ସୁଦୃଢ କରିବା ନେଇ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମପୁର: ବ୍ରହ୍ମପୁରରେ ଆମ୍ ଆଦମୀ ପାର୍ଟି ସମ୍ମିଳନୀ । ଏହି ସମ୍ମିଳନୀ ଡାଇମଣ୍ଡ ଜୁବୁଲି ଟାଉନ ହଲରେ ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନଏସି ରୁ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଏହି ଅବସରରେ ପ୍ରାରମ୍ଭରେ ସ୍ଥାନୀୟ ରୋଲାଣ୍ଡ କଲେଜ ଛକ ଠାରୁ ସ୍ଲୋଗାନ ଦେଇ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ । ଏଥିସହ ସମ୍ମିଳନୀରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗ ଦେଇ ସଂଗଠନକୁ ସୁଦୃଢ କରିବା ନେଇ ଆହ୍ବାନ ଦେଇଥିଲେ ।

ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଆୟୋଜିତ ହୋଇଯାଇଛି ଆମ୍ ଆଦମୀ ପାର୍ଟି ସମ୍ମିଳନୀ । ଯେଉଁଥିରେ ବିଭିନ୍ନ ଦଳ ଛାଡି ଆପରେ ସାମିଲ ହୋଇଥିଲେ ଅନେକ ଦଳର କର୍ମକର୍ତ୍ତା । ଆପର ଗଞ୍ଜାମ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥାନୀୟ ଟାଉନ ହଲରେ ଆୟୋଜିତ ହୋଇଥିବା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନଏସି ରୁ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ତେବେ ସମ୍ମିଳନୀରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ ।

ଆମ୍ ଆଦମୀ ପାର୍ଟିର ସମ୍ମିଳନୀ, ବିଭିନ୍ନ ଦଳ ଛାଡି ଆପରେ ସାମିଲ

ଆଗାମୀ ଦିନରେ ରାଜ୍ୟରେ ସଙ୍ଗଠନଙ୍କୁ ସୁଦୃଢ କରି 2024 ନିର୍ବାଚନରେ ବିଜୟ ଲାଭ କରିବାକୁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ ସେ l ଦିଲ୍ଲୀରେ ବିଗତ ସାତ ବର୍ଷରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାର ମଡେଲକୁ ସାରା ଦେଶରେ ଲୋକେ ପସନ୍ଦ କରୁଛନ୍ତି । ତେଣୁ ଏନେଇ ପଞ୍ଜାବରେ ପାର୍ଟି ଏକ ତରଫା ବିଜୟ ଲାଭ କରିଛି l ପଞ୍ଜାବରେ ନିର୍ବାଚନ ପୂର୍ବରୁ କେଜ୍ରିୱାଲ ଯେଉଁ ଗ୍ୟାରେଣ୍ଟି ଦେଇଥିଲେ ଏନେଇ ସରକାର ଖୁବ କମ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସଫଳ ହୋଇଛନ୍ତି । ତେଣୁ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ ଜନତା ଆମ୍ ଆଦମୀ ପାର୍ଟିକୁ ବିଜୟୀ କରାଇ ଦେଶରେ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି । ଏଥିସହ ଓଡିଶା ସରକାର ଦୀର୍ଘ ଦିନ ଶାସନ ବ୍ୟବସ୍ଥାରେ ରହିଥିଲେ ମଧ୍ୟ ଲୋକଙ୍କୁ ମୌଳିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ନେଇ ସମାଲୋଚନା କରାଯାଇଥିଲା ।

ଜିଲ୍ଲା ଆବାହକ ସୁବାଷ ରାଉତ ସଭାପତିତ୍ବ ଆୟୋଜିତ ସମ୍ମିଳନୀରେ ବ୍ରହ୍ମପୁର ନଗର କଂଗ୍ରେସର ପୂର୍ବତନ ନଗର ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ଦଳ ଛାଡିଥିବା କେତେକ କର୍ମକର୍ତ୍ତା ଆପ୍‌ରେ ସାମିଲ ହୋଇଥିଲେ । ତେବେ ଏଥିରେ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ ମଞ୍ଚ ପରିଚାଳନା କରି କ୍ରାନ୍ତିକାରୀ ସଂଗୀତ ଗାନ କରିବା ସହ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଜିଲ୍ଲା ପର୍ଯ୍ୟବେକ୍ଷକ ରୁଚିର ରୁଦ୍ର ରଥ, ବାଙ୍ଗାଲୋର ର ଯୁବ ଉଦ୍ୟୋଗପତି ନିତ୍ୟାନନ୍ଦ ସାହୁ ଉପସଭାପତି ସୁଧୀର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ l

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.