ସୀମାରେ ପଶ୍ଚିମବଙ୍ଗର ଉତ୍ପାତ; ପୁଣି ଆରମ୍ଭ କଲା ଗାର୍ଡୱାଲ ନିର୍ମାଣ

author img

By

Published : Sep 21, 2021, 10:16 PM IST

Udaipur beach

ପୁଣି ଥରେ ଓଡିଶା ସୀମାରେ ପଶ୍ଚିମବଙ୍ଗ ଦେଖାଇଛି ଦାଦାଗିରି । ବେଆଇନ ଭାବେ ନିର୍ମାଣ କରିଛି ଗାର୍ଡୱାଲ । ପରେ ପ୍ରଶାସନ ପହଞ୍ଚି ନିର୍ମାଣ କାମକୁ ବନ୍ଦ କରିଛି । ଅଧିକ ପଢନ୍ତୁ...

ବାଲେଶ୍ବର: ପୁଣି ଥରେ ଓଡିଶା ସୀମାରେ ପଶ୍ଚିମବଙ୍ଗ ଦେଖାଇଛି ଦାଦାଗିରି। ବେଆଇନ ଭାବେ ନିର୍ମାଣ କରିଛି ଗାର୍ଡୱାଲ । ରାଜ୍ୟର ଅନ୍ୟତମ ମୋନରମ ବେଳାଭୂମି ଉଦୟପୁର ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଡୋଶୀ ପଶ୍ଚିମବଙ୍ଗ ।

ଜାରି ରହିଛି ପଶ୍ଚିମବଙ୍ଗର ଅନୁପ୍ରବେଶ; ଉଦୟପୁର ବେଳାଭୂମିରେ ଗାର୍ଡୱାଲ ନିର୍ମାଣ

ଦ୍ଵିତୀୟ ଥର ପାଇଁ ବେଳଭୂମିରେ ବେଆଇନ ନିର୍ମାଣ କରୁଛି ପଶ୍ଚିମବଙ୍ଗ। ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବାପରେ ଭୋଗରାଇ ତହସିଲଦାର ଓ ପୋଲିସ ପ୍ରଶାସନ ସେଠାରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି।

ଗାର୍ଡ ୱାଲ ନିର୍ମାଣ ହେଉଥିବା ସ୍ଥାନରେ ପୂର୍ବରୁ 144 ଧାରା ବଳବତ୍ତର ଥିଲେ ମଧ୍ୟ ପଶ୍ଚିମବଙ୍ଗ ଆଜି ସକାଳୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବା ପରେ ପ୍ରଶାସନ ପହଞ୍ଚି ନିର୍ମାଣ କାମକୁ ବନ୍ଦ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.