ସୋର ରେଳଷ୍ଟେସନ ଟିକେଟ କାଉଣ୍ଟରରେ ନିଆଁ, ଅସନ୍ତୋଷ ଯାତ୍ରୀ

author img

By

Published : Oct 14, 2021, 4:49 PM IST

ସୋର ରେଳ ଷ୍ଟେସନ ଟିକେଟ କାଉଣ୍ଟରରେ ନିଆଁ, ଯାତ୍ରୀ ସେବା ବାଧାପ୍ରାପ୍ତ

ନିଆଁ ଲାଗି ଜଳିଗଲା ସୋର ରେଳ ଷ୍ଟେସନର ଟିକେଟ କାଉଣ୍ଟର । ଗତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ସର୍ଟସର୍କିଟ ଯୋଗୁଁ ହୋଇଥିବା କରାଯାଉଛି ସନ୍ଦେହ । ଅଧିକ ପଢନ୍ତୁ...

ବାଲେଶ୍ବର: ସୋର ରେଳ ଷ୍ଟେସନ ଟିକେଟ କାଉଣ୍ଟରରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ରହିଥିବାବେଳେ ଟିକେଟ କାଉଣ୍ଟରଟି ଜଳିଯାଇଛି । ଖବର ପାଇ ସୋର ଅଗ୍ନିଶମ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସୋର ରେଳ ଷ୍ଟେସନ ଟିକେଟ କାଉଣ୍ଟରରେ ନିଆଁ, ଯାତ୍ରୀ ସେବା ବାଧାପ୍ରାପ୍ତ

ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଟିକେଟ କାଉଣ୍ଟରରେ ଥିବା ଇଲେକ୍ଟ୍ରିକ୍ ବୋର୍ଡରୁ ସଟ୍ ସର୍କିଟ୍ ହୋଇ ନିଆଁ ଲାଗିଥିଲା । ତେବେ ନିଆଁ ଲାଗିବା ଦ୍ବାରା କେତେ ମାତ୍ରାରେ କ୍ଷତି ଘଟିଛି, ତାହା କିଛି ଜଣାପଡିନି । ହେଲେ ଟିକେଟ କାଟିବା ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଯାତ୍ରୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.