ଟାଇମ୍୧୦୦ ନେକ୍ସଟ୍ ତାଲିକାରେ ଆକାଶ ଅମ୍ବାନୀ

author img

By

Published : Sep 30, 2022, 7:34 AM IST

ଟାଇମ୧୦୦ ନେକ୍ସଟ୍ ତାଲିକାରେ ଆକାଶ ଅମ୍ବାନୀ

ଟାଇମ୧୦୦ ନେକ୍ସଟ୍ ତାଲିକାରେ ସ୍ଥାନ ପାଇଲେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଅ ତଥା ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ।

ମୁମ୍ବାଇ: ଟାଇମ୧୦୦ ନେକ୍ସଟ୍ ତାଲିକାରେ ଜୁନିୟର ଅମ୍ବାନୀ । ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଅ ତଥା ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଟାଇମ୧୦୦ ନେକ୍ସଟରେ ସ୍ଥାନ ପାଇଛନ୍ତି(Akash Ambani features in Times100 Next) । ସେ ଏକମାତ୍ର ଭାରତୀୟ, ଯିଏକି ଚଳିତ ବର୍ଷ ଟାଇମ୍୧୦୦ ନେକ୍ସଟର ବିଶ୍ବର ଉଦୀୟମାନ ତାରକା(rising stars) ତାଲିକାରେ ସାମିଲ ହୋଇଛନ୍ତି ।

ଜୁନିୟର ଅମ୍ବାନୀକୁ ବ୍ୟବସାୟ ଜଗତର ଉଦୀୟମାନ ତାରକା ଭାବେ ସମ୍ବୋଧନ କରି ଟାଇମ ମାଗାଜିନ ପକ୍ଷରୁ କୁହାଯାଇଛି, ଆକାଶ ଅମ୍ବାନୀ ନିକଟରେ ଗୁଗଲ ଓ ଫେସବୁକ ସହ ବିଲିୟନ ଡଲାରର ଗୁରୁତ୍ବପୂର୍ଣ୍ଣ ନିବେଶ ଡିଲ୍ କରିଛନ୍ତି ଏବଂ ସମ୍ପ୍ରତ୍ତି ଜିଓର ଇଣ୍ଟରନେଟ ଇକୋସିଷ୍ଟମର ମ୍ୟାପିଂରେ ସେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଆକାଶଙ୍କ ସମ୍ପର୍କରେ ମାଗାଜିନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ମାତ୍ର ୨୨ ବର୍ଷ ବୟସରେ ଆକାଶ ଜିଓ ବୋର୍ଡରେ ସ୍ଥାନ ପାଇଥିଲେ । ଚଳିତ ବର୍ଷ ଜୁନରେ ବାପା ମୁକେଶ ଅମ୍ବାନୀ ଆକାଶଙ୍କୁ ସବୁଠୁ ବଡ ଟେଲିକମ କମ୍ପାନୀ(largest telecom company) ଜିଓର ପରିଚାଳନା ଦାୟିତ୍ବ ପ୍ରଦାନ କରିଥିଲେ । ଏହାସହିତ କୋଭିଡ ମହାମାରୀ କାଳରେ ଭାରତରେ ପୁଞ୍ଜି ନିବେଶ ଆଣିବାର ଶ୍ରେୟ ମଧ୍ୟ ତାଙ୍କୁ ମାଗାଜିନ ପକ୍ଷରୁ ଦିଆଯାଇଛି ।

୪୨୬ ମିଲିୟନ ସବସ୍କ୍ରାଇବର ଥିବା ଟେଲିକମ କମ୍ପାନୀ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଦୀପାବଳି ପୂର୍ବରୁ ଭାରତରେ 5G ସେବା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । କହିରଖୁଛୁ କି, ରିଲାଏନ୍ସ ଜିଓ ବର୍ତ୍ତମାନ ୪ଟି ମେଟ୍ରୋ ସିଟିରେ 5G ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଦୀପାବଳି ପୂର୍ବରୁ 5G ସେବା ମିଳିବ ।

ଏହାମଧ୍ୟ ପଢନ୍ତୁ: Global Innovation Index 2022: ଉନ୍ନତ ପ୍ରଦର୍ଶନ କରି 40ତମ ସ୍ଥାନରେ ଭାରତ

ତେବେ ଟାଇମ୧୦୦ ନେକ୍ସଟର ଉଦୀୟମାନ ତାରକା ଲିଷ୍ଟରେ ଭାରତୀୟ ବଂଶୋଦ୍ଭବ ଓନଲିଫ୍ୟାନ୍ସ ସିଇଓ(CEO of Onlyfans) ଅମ୍ରାପଲି ଗାନଙ୍କ ନାମ ମଧ୍ୟ ରହିଛି । ଆମ୍ରାପଲି ଜନ୍ମ ମୁମ୍ବାଇ ସହରରେ ହୋଇଥିବା ବେଳେ ସେ ଆମେରିକା ନାଗରିକତା ପାଇଛନ୍ତି । ଟାଇମ୍ ମାଗାଜିନ ପ୍ରତିବର୍ଷ ଟାଇମ୧୦୦ ନେକ୍ସଟ ତାଲିକା ପ୍ରକାଶ କରେ । ଏହି ତାଲିକାରେ ସାରା ବିଶ୍ବର ବ୍ୟବସାୟ, ମନୋରଞ୍ଜନ, କ୍ରୀଡା, ରାଜନୀତି, ସ୍ବାସ୍ଥ୍ୟ, ବିଜ୍ଞାନ ଇତ୍ୟାଦି ଜଗତର ୧୦୦ ଉଦୀୟମାନ ତାରକାଙ୍କୁ ସାମିଲ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.