ଖସିଲା ସେୟାର ମାର୍କେଟ ସୂଚକାଙ୍କ, ଭାରି କ୍ଷତି ସହିଲେ ନିବେଶକ

author img

By

Published : Sep 26, 2022, 8:10 PM IST

investors face losses after Nifty and Sensex index crashes

ଷ୍ଟକ୍‌ ମାର୍କେଟ୍‌ରେ ନିବେଶକଙ୍କୁ ଝଟକା । ସେୟାର ମାର୍କେଟରେ ସୂଚକାଙ୍କ ଖସିବାରୁ ଭାରି କ୍ଷତି ସହିବାକୁ ପଡ଼ିଛି (Nifty and Sensex index crashes) ନିବେଶକଙ୍କୁ । ବିଶ୍ବସ୍ତରରେ ଉଚ୍ଚ ମୁଦ୍ରାସ୍ପୀତି ଓ ମାନ୍ଦାବସ୍ଥା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଷ୍ଟକ୍‌ ମାର୍କେଟ୍‌ରେ ନିବେଶକଙ୍କୁ ଝଟକା । ତୃତୀୟ କ୍ବାର୍ଟରର ଶେଷ ସପ୍ତାହ ଆରମ୍ଭରୁ ଷ୍ଟକ୍‌ ମାର୍କେଟ୍‌ରେ ନିବେଶକଙ୍କୁ ଭାରି କ୍ଷତି ସହିବାକୁ ପଡ଼ିଛି(Nifty and Sensex index crashes) । ସୋମବାର ଲଗାତାର ଚତୁର୍ଥ ସେସନ ପାଇଁ ସେନ୍‌ସେକ୍ସ ଓ ନିଫ୍ଟି ସୂଚକାଙ୍କ ଖସିବା ଜାରି ରହିଥିଲା । ବିଶ୍ବସ୍ତରରେ ଉଚ୍ଚ ମୁଦ୍ରାସ୍ପୀତି ଓ ମାନ୍ଦାବସ୍ଥା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ବେଳେ ନିବେଶ କରିବେ କି ନକରିବେ ସେନେଇ ଚିନ୍ତାରେ ପଡ଼ିଥିଲେ ନିବେଶକ ।

ସୋମବାର ପୁଞ୍ଜି ବଜାରରେ ନିଫ୍ଟି ୧୭ ହଜାର ପଏଣ୍ଟ ତଳକୁ ଖସିଥିଲା । ଏହି କ୍ରମରେ ସେନ୍‌ସେକ୍ସ ମଧ୍ୟ ୧୦୦୦ ପଏଣ୍ଟ ତଳକୁ ଖସି ବଜାରରେ ଦୂରାବସ୍ଥା ସୃଷ୍ଟି କରିଥିଲା । ଗତ ଶୁକ୍ରବାର ଠାରୁ ପୁଞ୍ଜି ବଜାରର ଏହି ଅବସ୍ଥା ଜାରି ରହିଛି । ସୋମବାର ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ବିଶ୍ବରେ ଲାଗି ରହିଥିବା ମାନ୍ଦା ଅବସ୍ଥା ମଧ୍ୟରେ ଭାରତର ବଜାରକୁ ସୁରକ୍ଷିତ ସ୍ଥାନରେ ଦେଖା ଯାଉଛି । ଏହାସତ୍ତ୍ବେ ପୁଞ୍ଜି ବଜାରରେ ମାନ୍ଦାବସ୍ଥାର ଆଂଶିକ ପ୍ରଭାବ ପଡ଼ୁଛି । ଲଗାତାର ଇଣ୍ଟ୍ରା ଡେ' ସେୟାର ମୂଲ୍ୟରେ ଅସ୍ଥିରତା ଦେଖିବାକୁ ମିଳିଛି । ମେହତା ରିସର୍ଚ୍ଚ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ସେୟାର ମାର୍କେଟର ୩୦ଟି ସେୟାର ମଧ୍ୟରୁ ସେନସେକ୍ସ ପ୍ୟାକ୍‌, ପାୱାର ଗ୍ରୀଡ୍‌, ଟାଟା ଷ୍ଟିଲ୍‌, ମାରୁତୀ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଏନଟିପିସି, ଇଣ୍ଡସଲ୍ୟାଣ୍ଡ ବ୍ୟାଙ୍କ୍‌ ଓ ଟାଇଟାନ ପ୍ରମୁଖ କମ୍ପାନୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । କେବଳ ନ୍ୟାସ୍ଲେ ଓ ହିନ୍ଦୁସ୍ତାନ ୟୁନିଲିଭର ଆଜିର ମାନ୍ଦା ଅବସ୍ଥା ମଧ୍ୟରେ ବି ଲାଭ କରି ପାରିଛନ୍ତି ।

ଗତ ଶୁକ୍ରବାର ମଧ୍ୟ ସେନ୍‌ସେକ୍ସ ସୂଚକାଙ୍କ ୧୦୦୦ ପଏଣ୍ଟ ତଳକୁ ଖସିଥିଲା । ସେହିଭଳି ନିଫ୍ଟିରେ ମଧ୍ୟରେ ଲଗାତାର ଅଙ୍କ ତଳକୁ ଖସିବାରୁ ନିବେଶକଙ୍କ ପୁଞ୍ଜି ମୂଲ୍ୟ ୪ ଲକ୍ଷ କୋଟି ହ୍ରାସ ପାଇଥିଲା । ଚଳିତ ସପ୍ତାହ ଶେଷ ଆଡ଼କୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମଧ୍ୟ ରେପୋ ରେଟ୍‌ ବୃଦ୍ଧି କରିବାକୁ ଯୋଜନା କରିଛି । ଏହାର ପ୍ରଭାବ ମଧ୍ୟ ନିବେଶକଙ୍କ ଉପରେ ପଡ଼ିବର ସମ୍ଭାବନା ରହିଛି ।

ଆମେରିକାରେ ସେୟାର ସୁଦ୍ଧାହାର ବୃଦ୍ଧି ହୋଇଛି । ତା ସହିତ ଅନ୍ୟ କେତେକ ପ୍ରମୁଖ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ସୁଦ୍ଧାହାର ବୃଦ୍ଧି କରାଇବାକୁ ବାଧ୍ୟ କରିଥିଲା । ଯାହାର ପ୍ରଭାବ ବିଶ୍ବ ବଜାରରେ ଦେଖିବାକୁ ମିଳିଛି । ସୋମବାର ସେନ୍‌ସେକ୍ସ ୫୭୧୪୫.୨୨ ସୂଚକାଙ୍କରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୧୭୦୧୬.୩୦ ସୂଚକାଙ୍କରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.