ନିଜର ଘରଟିଏ ପାଇଁ ଯୋଜନା କରୁଛନ୍ତି ? କ୍ରେଡିଟ ସ୍କୋର ଉପରେ ଧ୍ୟାନ ଦିଅନ୍ତୁ

author img

By

Published : Nov 19, 2022, 3:03 PM IST

ନିଜର ଘରଟିଏ ପାଇଁ ଯୋଜନା କରୁଛନ୍ତି ? କ୍ରେଡିଟ ସ୍କୋର ଉପରେ ଧ୍ୟାନ ଦିଅନ୍ତୁ

ନିଜର ଘରଟିଏ ପାଇଁ ଯୋଜନା କରୁଛନ୍ତି କି ? ଏଥିପାଇଁ ଲୋନ ନେବାକୁ ଚାହୁଁଥିଲେ ଆପଣଙ୍କ କ୍ରେଡିଟ ହିଷ୍ଟ୍ରି ଭଲ ରହିଥିବା ଆବଶ୍ୟକ । ଯେକୌଣସି ଲୋନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରେ କ୍ରେଡିଟ ସ୍କୋର । ଉଚ୍ଚ ସ୍କୋର ଥିଲେ ସହଜରେ ଲୋନ ମଞ୍ଜୁର ହୋଇଯାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜିକାଲି ହୋମ ଲୋନ(home loans) ପ୍ରତି ଚାହିଦା ବଢୁଥିବା ଦେଖାଯାଉଛି । ନିଜର ଘରଟିଏ ପାଇଁ ଲୋକେ ହୋମ୍‌ ଲୋନ୍‌ ନେବାକୁ ପସନ୍ଦ କରୁଛନ୍ତି । ତେବେ ଲୋନ୍‌ ମଞ୍ଜୁର କ୍ଷେତ୍ରରେ ଅନେକ ପ୍ରକାର ଜଟିଳତା ଦେଖାଯାଇଥାଏ । ହେଲେ ଆପଣଙ୍କ କ୍ରେଡିଟ୍‌ ସ୍କୋର୍‌ ଭଲ ଥିଲେ ଲୋନ୍‌ ପାଇବାରେ ବିଶେଷ ସମସ୍ୟ ହୋଇନଥାଏ । କ୍ରେଡିଟ୍‌ ସ୍କୋର୍‌ ହେଉଛି ଜଣେ ବ୍ୟକ୍ତିର କ୍ରେଡିଟ୍ ଯୋଗ୍ୟତାର ମାପକାଠି । କୌଣସି ବ୍ୟକ୍ତି ଥରେ ଲୋନ୍‌ କିମ୍ବା କ୍ରେଡିଟ୍‌ କାର୍ଡ ପାଇଁ ଆବେଦନ କଲେ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନ ତାଙ୍କର କ୍ରେଡିଟ୍‌ ସ୍କୋର ଯାଞ୍ଚ କରିଥାଆନ୍ତି । ଯଦି ଉଚ୍ଚ କ୍ରେଡିଟ ସ୍କୋର ଅଛି ତାହେଲେ ଲୋନ୍‌ ପାଇବାରେ ଆପଣ ଅଧା ଯୁଦ୍ଧ ଜିତିବା ଭଳି ।

୩୦୦ରୁ ୯୦୦ ପର୍ଯ୍ୟନ୍ତ କ୍ରେଡିଟ୍‌ ସ୍କୋର୍‌ ଆପଣଙ୍କ ଋଣ ପରିଶୋଧ କ୍ଷମତାକୁ ଦର୍ଶାଇଥାଏ । କ୍ରେଡିଟ ସ୍କୋର୍‌ ଉପରେ ଥରେ ମାତ୍ର ନଜର ପକାଇ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆଶାୟୀ ଋଣକର୍ତ୍ତାଙ୍କ ସମ୍ପର୍କରେ ଧାରଣା ପାଇଥାନ୍ତି । ଯଦି ତାଙ୍କର କ୍ରେଡିଟ୍‌ ସ୍କୋର୍‌ ୭୫୦ରୁ ଅଧିକ, ତାହେଲେ ସେ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ବିବେଚିତ ହୁଅନ୍ତି । କିନ୍ତୁ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର୍‌ ମାର୍କ ୭୦୦ରୁ କମ୍, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବଦେନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ ।

କ୍ରେଡିଟ୍‌ ସ୍କୋର୍‌ ନିର୍ଦ୍ଧାରଣରେ ଠିକ ସମୟରେ ଲୋନ୍‌ ରିପେମେଣ୍ଟ ହିଷ୍ଟ୍ରି ପ୍ରମୁଖ ଭୂମିକା ନିର୍ବାହ କରେ । ଡେଡଲାଇନ ପୂର୍ବରୁ ସବୁବେଳେ EMI ଭରିବାକୁ ଚେଷ୍ଟା କରନ୍ତୁ । ଥରେମାତ୍ର EMI ଭରିବାରେ ବିଳମ୍ବ ହେଲେ, ଏହାଦ୍ବାରା କ୍ରେଡିଟ୍ ସ୍କୋର୍‌ କମ ହୋଇଥାଏ ଏବଂ ଏହାର ଭରଣା ଅଧିକ ସମୟ ସାପେକ୍ଷ ହୋଇଥାଏ । କ୍ରେଡିଟ୍‌ କାର୍ଡକୁ ୩୦ ପ୍ରତିଶତ ଲିମିଟ୍‌ଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଏହି କାର୍ଡ ଲିମିଟ୍ ଠାରୁ ଅତ୍ୟଧିକ ଖର୍ଚ୍ଚ(overspend) କରୁଛନ୍ତି ତେବେ ଆପଣ ଲୋନ ଉପରେ ନିର୍ଭରଶୀଳ ବୋଲି ଆର୍ଥିକ ଅନୁଷ୍ଠାନ ଭାବନ୍ତି ।

ଯଦି ଆପଣଙ୍କ ନିକଟରେ ଏକାଧିକ କ୍ରେଡିଟ କାର୍ଡ ଅଛି, ତାହାହେଲେ ସବୁବେଳେ ଗୋଟିଏ କ୍ରେଡିଟ କାର୍ଡ ବ୍ୟବହାର ପାଇଁ ଚେଷ୍ଟା କରନ୍ତୁ । ଏହାଦ୍ବାରା ଆପଣଙ୍କ କ୍ରେଡିର ରେକର୍ଡ ଅଧିକ ହୋଇଥାଏ । ଅନୁରୂପ ଭାବେ କ୍ରେଡିଟ ସ୍କୋର ମଧ୍ୟ ବୃଦ୍ଧି ପାଇଥାଏ । ଏପରି କରିବା ଫଳରେ ଆପଣ ଆବଶ୍ୟକସ୍ଥଳେ ବିନା ସମସ୍ୟାରେ ଲୋନ ପାଇପାରିବେ । ଯଦି ଆପଣଙ୍କ କ୍ରେଡିଟ ସ୍କୋର କମ୍, ତାହାହେଲେ ଅତ୍ୟଧିକ ସାବଧାନତା ସହ ଏହି ସ୍କୋରରେ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପର ଅନୁପାଳନ କରନ୍ତୁ ।

ଏହାମଧ୍ୟ ପଢନ୍ତୁ: ଫିକ୍ସ ଡିପୋଜିଟରେ ନିବେଶ କରୁଛନ୍ତି କି ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ

ସମୟ ସମୟରେ ନିଜର କ୍ରେଡିଟ୍‌ ରିପୋର୍ଟ ଯାଞ୍ଚ କରନ୍ତୁ । କାରଣ ଅନେକ ସମୟରେ ଆପଣ ଠିକ୍ ସମୟରେ EMI ଏବଂ ବିଲ୍ ପୈଠ କରୁଥିଲେ ମଧ୍ୟ ଏହିସବୁ ବିବରଣୀ କ୍ରେଡିଟ ରିପୋର୍ଟରେ ରେକର୍ଡ ହୋଇନଥାଏ । ତେଣୁ ପ୍ରତିବର୍ଷ ନିଜର କ୍ରେଡିଟ୍‌ ରିପୋର୍ଟ ଚେକ୍ କରିବା ଆବଶ୍ୟକ । ଯଦି ଯାଞ୍ଚ ସମୟରେ କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତେବେ ଏ ସମ୍ପର୍କରେ ବ୍ୟାଙ୍କ, କ୍ରେଡିଟ ବ୍ୟୁରୋ ସହ ଯୋଗାଯୋଗ କରନ୍ତୁ ।

କ୍ରେଡିଟ୍‌ ସ୍କୋର ଏବଂ ରିପୋର୍ଟ(credit score and reports) ସମ୍ପର୍କରେ ଆମର ଅନେକ ଭୁଲ୍ ଧାରଣା ରହିଛି । ଅଧିକାଂଶ ଲୋକେ ଭାବନ୍ତି ଯେ, କେବଳ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡିକ କ୍ରେଡିଟ ରିପୋର୍ଟ ଯାଞ୍ଚ କରିଥାନ୍ତି । କିନ୍ତୁ ପ୍ରକୃତରେ ବୀମା ଓ ମୋବାଇଲ ଫୋନ କମ୍ପାନୀ ମଧ୍ୟ ଏହି ରିପୋର୍ଟକୁ ଚେକ୍ କରିଥାନ୍ତି । ଏପରିକି କୌଣସି ଫାର୍ମର ପରିଚାଳକ କାହାକୁ ନିଯୁକ୍ତି ଦେବା ପୂର୍ବରୁ ସେମାନଙ୍କ କ୍ରେଡିଟ ରିପୋର୍ଟ ଯାଞ୍ଚ କରିଥାଆନ୍ତି।

ନିୟମିତ କ୍ରେଡିଟ୍‌ ରିପୋର୍ଟ ଯାଞ୍ଚ କରିବା ଦ୍ବାରା ଏହାର ସ୍କୋର୍‌ ଉପରେ କୌଣସି ପ୍ରଭାବ ପଡେନାହିଁ । ବରଂ ଏହା ଆପଣଙ୍କ ଆର୍ଥିକ ଆଚରଣ ଉପରେ ନିୟନ୍ତ୍ରଣ ରଖେ । ଭାରତୀୟ ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ, ଆମେ କୌଣସି କ୍ରେଡିଟ୍‌ ବ୍ୟୁରୋଠାରୁ ବର୍ଷକୁ ଥରେ କ୍ରେଡିଟ୍‌ ରିପୋର୍ଟ ପାଇବାକୁ ଯୋଗ୍ୟ । ଆପଣଙ୍କ କେତେ ଆୟ କରୁଛନ୍ତି ତାହା କ୍ରେଡିଟ୍‌ ସ୍କୋର୍‌ରେ ପ୍ରତିଫଳିତ ହୋଇନଥାଏ । ଆପଣ କେତେ ଲୋନ୍‌ ନେଇଛନ୍ତି ଏବଂ କେମିତି ପରିଶୋଧ କରିଛନ୍ତି ତାହା ଦର୍ଶାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.