କ୍ରେଡିଟ କାର୍ଡ ନା BNPL ? ଜାଣନ୍ତୁ କିଏ ଅଧିକ ଲାଭଦାୟକ

author img

By

Published : Sep 27, 2022, 2:03 PM IST

କ୍ରେଡିଟ କାର୍ଡ ନା BNPL ? ଜାଣନ୍ତୁ କିଏ ଅଧିକ ଲାଭଦାୟକ

ବର୍ତ୍ତମାନ ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ, ଦି ଗ୍ରେଟ ଇଣ୍ଡିଆଲ ଫେଷ୍ଟିଭାଲ ଭଳି ଫେଷ୍ଟିଭ ବିକ୍ରିୟ ଆରମ୍ଭ ହୋଇଯାଇଛି । ଇ-କମର୍ସ କମ୍ପାନୀଗୁଡିକ ଲୋଭନୀୟ ଅଫର ବର୍ଷା କରୁଛନ୍ତି । ଏପରି ସ୍ଥଳେ ପେମେଣ୍ଟ ପାଇଁ ଏବେ ଲୋକଙ୍କ ନିକଟରେ BNPL ଏବଂ କ୍ରେଡିଟ କାର୍ଡ ଦୁଇ ବଡ ବିକଳ୍ପ ଭାବେ ଉଭା ହୋଇଛି । ତେବେ ଜାଣନ୍ତୁ ଏହି ଦୁଇଟି ବିକଳ୍ପ ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ ।

ହାଇଦ୍ରାବାଦ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି । ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ, ଆମାଜନ ଗ୍ରେଟ ଇଣ୍ଡିଆଲ ଫେଷ୍ଟିଭାଲ ଭଳି ଫେଷ୍ଟିଭ ବିକ୍ରିୟ ଆରମ୍ଭ ହୋଇଯାଇଛି । ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଧମାଲ ଅଫର ବର୍ଷା ହେଉଛି । ଦେଶରେ ଥିବା ପ୍ରମୁଖ ଇ-କମର୍ସ କମ୍ପାନୀ ଇଲେକ୍ଟ୍ରୋନିକ ଠାରୁ ଆରମ୍ଭ କରି ପୋଷକପତ୍ର ଯାଏଁ ନାନାଦି ସାମଗ୍ରୀ ଉପରେ ବଡ ରିହାତି ଘୋଷଣା କରିଛନ୍ତି । ଏହି ଫେଭିଷ୍ଟ ସପିଂ ବିଗତ ଦୁଇ ବର୍ଷ ଅପେକ୍ଷା ଚଳିତ ବର୍ଷ ଏକ ନୂଆ ରେକର୍ଡସ୍ତର ଛୁଇଁବା ନେଇ ଆଶା କରାଯାଉଛି । ସେହିପରି ଡିଜିଟାଲାଇଜେସନ ସହ ନଗଦ(ଟଙ୍କା) ବିନା ସପିଂ ପାଇଁ ଅନେକ ବିକଳ୍ପ ଉଭା ହୋଇଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଗ୍ରାହକଙ୍କ ନିକଟରେ କ୍ରେଡିଟ କାର୍ଡ ଏବଂ Buy Now Pay Later(BNPL) ଆଦି ଦୁଇଟି ବଡ ବିକଳ୍ପ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ବିକଳ୍ପ ମଧ୍ୟକୁ କେଉଁଟି ଅଧିକ ଲାଭଦାୟକ ।

ନୂଆ ଉଧାରକର୍ତ୍ତା କ୍ରେଡିଟ ସ୍କୋର ଏବଂ କ୍ରେଡିଟ କାର୍ଡ ସୁବିଧାରୁ ବଞ୍ଚିତ ହୋଇଥାନ୍ତି । ଏହି ଶ୍ରେଣୀର ଗ୍ରାହକଙ୍କୁ ଫିନଟେକ କମ୍ପାନୀଗୁଡିକ ଟାର୍ଗେଟ କରିଥାନ୍ତି ଏବଂ ସେମାନଙ୍କ ଲାଗି BNPL(ଏବେ କିଣନ୍ତୁ, ପରେ ଦିଅନ୍ତୁ) ସୁବିଧା ପ୍ରଦାନ କରିଥାନ୍ତି । ସଂକ୍ଷପରେ କହିବାକୁ ଗଲେ, ନଗଦ ବିନା କିଛି ସାମଗ୍ରୀ କିଣିବା ଏବଂ ପରେ କିସ୍ତିରେ ଏହାର ବିଲ୍ ପୈଠ କରିବା ହିଁ BNPL । ଆପ୍‌ରେ ପୂର୍ବରୁ ଲୋନ ରାଶି ନିର୍ଦ୍ଧାରିତ ରହିଥାଏ । ଏହାପରେ ଆପଣ ନିର୍ଦ୍ଧିଷ୍ଟ ଲୋନ ଲିମିଟ୍ ଭିତରେ କୌଣସି ଜିନିଷପତ୍ର କିଣିବାକୁ ସକ୍ଷମ ହୁଅନ୍ତି । ୧୫ରୁ ୪୫ ଦିନ ମଧ୍ୟରେ ଗ୍ରାହକଙ୍କୁ ଏହି ବିଲ୍ ପୈଠ କରିବାକୁ ହୋଇଥାଏ । ପେମେଣ୍ଟ ବିଳମ୍ବ ହେଲେ ଏଥିପାଇଁ ଗ୍ରାହକଙ୍କୁ ଜରିମାନା ପଡିଥାଏ । ଏହାବ୍ୟତୀତ କ୍ରେଡିଟ ସ୍କୋର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ । ୟୁନି ଓ ସ୍ଲାଇସ ଇତ୍ୟାଦିର ବିଏନପିଏଲ କାର୍ଡ ଗ୍ରାହକଙ୍କୁ ୩ଟି କିସ୍ତିରେ ବକେୟା ବିଲ୍ ପୈଠ କରିବାକୁ ସୁଯୋଗ ଦେଇଥାନ୍ତି । ଏଥିପାଇଁ କୌଣସି ଅଲଗା ଚାର୍ଜ ଦେବାକୁ ପଡିନଥାଏ ।

ବିଗତ କିଛି ବର୍ଷରେ ଭାରତରେ କ୍ରେଡିଟ କାର୍ଡର ଉପଯୋଗ ଖୁବ୍ ମାତ୍ରାରେ ବୃଦ୍ଧି ପାଇଛି । ସାଧାରଣତଃ ବ୍ୟାଙ୍କଗୁଡିକୁ ଭଲ କ୍ରେଡିଟ୍ ସ୍କୋର ସମ୍ପନ୍ନ କର୍ମଚାରୀଙ୍କୁ କ୍ରେଡିଟ କାର୍ଡ ଜାରି କରିଥାନ୍ତି । ଉଧାର ରାଶି ପରିଶୋଧ କରିବାକୁ ଗ୍ରାହକଙ୍କୁ ୪୫ରୁ ୫୦ ଦିନ ସମୟ ମିଳିଥାଏ । କୌଣସି କାରଣରୁ ପେମେଣ୍ଟ ବିଳମ୍ବ ହେଲେ ସର୍ବାଧିକ ୪୫ ପ୍ରତିଶତ ବାର୍ଷିକ ସୁଧ ଦେବାକୁ ପଡିଥାଏ । ନିକଟରେ ଅତୀତରେ BNPL ମଧ୍ୟ ଲୋକଙ୍କ ମଧ୍ୟରେ ଆଦୃତ ହୋଇପାରିଛି । ଯେମିତିକି ଆମେ ପୂର୍ବରୁ କହିଛୁ, BNPL ପ୍ରଦାନ କରୁଥିବା କମ୍ପାନୀଗୁଡିକୁ ଉଧାରକର୍ତ୍ତାଙ୍କ କ୍ରେଡିଟ ସ୍କୋରରେ କାରକ ନୁହଁନ୍ତି । ତେବେ ଏଥିରେ ବିଳମ୍ବ ପେମେଣ୍ଟ ଦ୍ବାରା କ୍ରେଡିଟ ସ୍କୋର ଖରାପ ହୋଇଥାଏ ଏବଂ ଏହାକୁ ରିଷ୍ଟୋର କରିବା ଖୁବ୍ କଠିନ ହୋଇଯାଏ ।

ଏହାମଧ୍ୟ ପଢନ୍ତୁ: Co-pay ବିନା ନିଅନ୍ତୁ ସ୍ବାସ୍ଥ୍ୟ ବୀମା ପଲିସି

କ୍ରେଡିଟ କାର୍ଡରେ ସର୍ବନିମ୍ନ ପେମେଣ୍ଟ ବିକଳ୍ପ ରହିଥାଏ । ଠିକ୍ ସମୟରେ ଟଙ୍କା ପୈଠ ନ କଲେ ବ୍ୟାଙ୍କ ବିଳମ୍ବ ଫି(late fees) ଚାର୍ଜ କରିଥାଏ । ଏଥିରେ ଏକ ବୃହତ୍ ପରିମାଣର ବିଲ୍‌କୁ EMIରେ ରୂପାନ୍ତରିତ କରିବାର ସୁବିଧା ରହିଥାଏ । ଯେତେବେଳେ କି BNPLରେ ଏହି ବିକଳ୍ପ ନଥାଏ । ତେଣୁ ଏହି ଦୁଇ ପେମେଣ୍ଟ ତରିକା ମଧ୍ୟରୁ କୌଣସି ଗୋଟିଏକୁ ଚୟନ କରିବା ପୂର୍ବରୁ ନିଜର ଆର୍ଥିକ ସ୍ଥିତିକୁ ବିଚାର କରିବା ଉଚିତ୍ ।

ତେବେ ବହୁମୂଲ୍ୟ ସାମଗ୍ରୀ କ୍ରୟ କରିବାକୁ ଚାହୁଁଥିଲେ କ୍ରେଡିଟ କାର୍ଡର ବ୍ୟବହାର ଅଧିକ ଲାଭଦାୟକ । ଆପଣ ଏହି ସାମଗ୍ରୀକୁ କିଣି କିସ୍ତିରେ ବିଲ୍ ପୈଠ କରାଯାଇ ପାରିବେ । କିନ୍ତୁ ଯଦି ଆପଣ ତୁରନ୍ତ କୌଣସି ସାମଗ୍ରୀ କିଣିବାକୁ ଚାହୁଁଛନ୍ତି ଏବଂ ସ୍ବଳ୍ପ ଦିନ ମଧ୍ୟରେ ଏହାର ବିଲ୍ ପରିଶୋଧ ପାଇଁ ସକ୍ଷମ ଅଟନ୍ତି ତେବେ Buy Now Pay Later ବିକଳ୍ପ ସର୍ବୋକୃଷ୍ଟ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.