1100 କର୍ମଚାରୀଙ୍କୁ ଛଟେଇ କଲା BYJU

author img

By

Published : Jul 1, 2022, 1:02 PM IST

1100କର୍ମଚାରୀଙ୍କୁ ଛଟେଇ କଲା BYJU

ଅନଲାଇନ ଶିକ୍ଷା ପ୍ରଦାନ କରୁଥିବା କମ୍ପାନୀ (BYJU) ନିକଟରେ ୫୦୦ କର୍ମଚରୀଙ୍କୁ ଛଟେଇ କରିଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପାଇବାରେ ଲାଗିଛି ଆର୍ଥିକ ସଙ୍କଟ । ଏହାର ସିଧାସଳଖ ପ୍ରଭାବ ପଡିଛି ଶିକ୍ଷାକ୍ଷେତ୍ର ଉପରେ । ଅନଲାଇନ ଶିକ୍ଷା ପ୍ରଦାନ କରୁଥିବା କମ୍ପାନୀ (BYJU) ନିକଟରେ ୫୦୦ କର୍ମଚରୀଙ୍କୁ ଛଟେଇ କରିଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଛଟେଇ କରାଯାଇଥିବା କର୍ମଚାରୀଙ୍କ କହିବା ଅନୁସାରେ ସମୁଦାୟ ୧୧୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

BYJUର ସୂଚନାଅନୁସାରେ, ହ୍ୱାଇଟହେଟ୍ ଜୁନିୟର(WhiteHat Jr) ଓ ଟପ୍ପର(toppr)ରୁ ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ବୋଲି କମ୍ପାନୀ ସୂଚନା ଦେଇଛି । ନିକଟରେ WhiteHat Jr ନିଜର ୩୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା । ଏପ୍ରିଲ ଓ ମେ ମାସ ମଧ୍ୟରେ ୨୫୦ କର୍ମଚାରୀ ଏଠାରୁ ଇସ୍ତଫା ଦେଇଥିଲେ । ଏବେ ଟପ୍ପରରୁ ୧୧୦୦ କର୍ମଚାରୀଙ୍କୁ ଛଟେଇ କରିଦିଆଯାଇଛି ।

ଏନେଇ BYJUର ମୁଖ୍ୟ କହିଛନ୍ତି ଯେ, "ଦୀର୍ଘଦିନ ଧରି କମ୍ପାନୀର ବିକାଶଧାରାକୁ ବଢାଇବା ଓ ବ୍ୟବସାୟର ପ୍ରାଥମିକତାଗୁଡିକୁ ନୂଆ ରୂପରେ ଏବଂ ଦୀର୍ଘମିୟାଦି କରିବା ପାଇଁ ଟିମ୍‌ରେ ପରିବର୍ତ୍ତନ କରୁଛୁ ।" ଟପ୍ପରରୁ ବରଖାସ୍ତ ହୋଇଥିବା କର୍ମଚାରୀମାନେ କହିଛନ୍ତି ଯେ, "ସୋମବାର କମ୍ପାନୀ ତରଫରୁ ଏକ ଫୋନକଲ ଆସିଥିଲା ଏବଂ ସେମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ବିନା ବିଜ୍ଞପ୍ତିରେ ଚାକିରିରୁ ହଟାଯିବ ବୋଲି କୁହାଯାଇଥିଲା।" ସୂଚନାଥାଉକି, ଗତବର୍ଷ ୧୫୦ ମିଲିୟନ ଡଲାର ଦେଇ ଟପ୍ପର ଏଜୁକେସନ କମ୍ପାନୀକୁ କିଣିଥିଲା ବାଇଜୁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.