Co-pay ବିନା ନିଅନ୍ତୁ ସ୍ବାସ୍ଥ୍ୟ ବୀମା ପଲିସି

author img

By

Published : Sep 25, 2022, 4:56 PM IST

Co-pay ବିନା ନିଅନ୍ତୁ ସ୍ବାସ୍ଥ୍ୟ ବୀମା ପଲିସି

ରୋଗାଗ୍ରସ୍ତ ସମୟରେ ମେଡିକାଲ ଜନିତ ଖର୍ଚ୍ଚାନ୍ତରୁ ଆଶ୍ବସ୍ତି ପାଇଁ ସ୍ବାସ୍ଥ୍ୟ ବୀମା ଜରୁରୀ । ତେବେ ଅନେକ ଲୋକ ଅଛନ୍ତି, ଯେଉଁମାନେ କମ୍ ପ୍ରିମିୟମ ଆଶାରେ Co-pay ସର୍ତ୍ତ ସହ ସ୍ବାସ୍ଥ୍ୟ ବୀମା ନେଇଥାନ୍ତି । ଯାହାକି ଭବିଷ୍ୟତରେ ସେମାନଙ୍କ ପାଇଁ ବଡ ସମସ୍ୟା ସାଜିଥାଏ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କୁମାରଙ୍କ ପାଖରେ ୧୫ ଲକ୍ଷର ସ୍ବାସ୍ଥ୍ୟ ବୀମା କଭର ରହିଛି । ପଲିସି ନେବା ସମୟରେ କମ୍ ପ୍ରିମିୟମ ଆଶାରେ କୁମାର ୨୦ ପ୍ରତିଶତ କୋ-ପେ(co-pay) ସର୍ତ୍ତ ଗ୍ରହଣ କରିଥିଲେ । ପ୍ରଥମେ ତାଙ୍କୁ ଲାଗିଥିଲା ଯେ, co-pay ଲିମିଟ୍ ଆର୍ଥିକ ରୂପେ ତାଙ୍କ ଲାଗି ଏତେବଡ ବୋଝ ହେବନାହିଁ । କିଛି ଦିନ ପରେ ହଠାତ୍ ଅପ୍ରତ୍ୟାଶିତ ଭାବେ ସେ ରୋଗାଗ୍ରସ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ତାଙ୍କର ଚିକିତ୍ସାଜନିତ ବିଲ୍ ୮ ଲକ୍ଷ ଟଙ୍କା ଆସିଲା । ହେଲେ ସ୍ବାସ୍ଥ୍ୟ ବୀମାରେ 'co-pay' ସର୍ତ୍ତ କାରଣରୁ ନିଜ ପକେଟରୁ ତାଙ୍କୁ ୧.୬୦ ଲକ୍ଷ ଟଙ୍କା ଦେବାକୁ ପଡିଲା ।

କୁମାରଙ୍କ ଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ କମ୍ ପ୍ରିୟିୟମ ଆଶାରେ 'co-pay' ସର୍ତ୍ତ ସହ ସ୍ବାସ୍ଥ୍ୟ ପଲିସି ନେଉଛନ୍ତି । ଏହି ସର୍ତ୍ତ ଅନୁସାରେ, ପଲିସି ଧାରକ ମେଡିକାଲ ବିଲ୍‌ର କିଛି ପରିମାଣ ନିଜ ପକେଟରୁ ଭରିବାକୁ ବାଧ୍ୟ ଅଟନ୍ତି । ଏହି ବିକଳ୍ପ ହୁଏତ ପଲିସି ନେବା ସମୟରେ ଆପଣଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥାଏ, ହେଲେ ଭବିଷ୍ୟତରେ ଏହି ସର୍ତ୍ତ ଆପଣଙ୍କ ପାଇଁ ବଡ ସମସ୍ୟା ସାଜିଥାଏ । ତେଣୁ ପ୍ରିମିୟମକୁ ଧ୍ୟାନ ନ ଦେଇ ଆମେ ସେହିଭଳି ପଲିସି ନେବା ଉଚିତ୍, ଯାହାକି ଜଟିଳ ପରିସ୍ଥିତିରେ ଫୁଲ୍ କଭର ବା ସମ୍ପୂର୍ଣ୍ଣ ମେଡିକାଲ ଖର୍ଚ୍ଚ ବହନ କରୁଥିବ ।

ତେବେ କିଛିଟା ବିଶେଷ ପରିସ୍ଥିତିରେ ଆମେ ପୂର୍ଣ୍ଣ କ୍ଲେମ୍(full claims) ପ୍ରାବଧାନର ପଲିସି ନେଇଥିଲେ ହେଁ ବୀମା କମ୍ପାନୀ 'co-pay' ଲାଗୁ କରିଥାନ୍ତି । ଉଦାହରଣ ସୂରୁପ, କିଛି ବୀମା କମ୍ପାନୀ ସେତେବେଳେ 'co-pay' ଲାଗୁ କରିଥାନ୍ତି, ଯେତେବେଳେ ପୂର୍ଣ୍ଣ କଭର ନେଇଥିବା ପଲିସିଧାରକ ଅଣ ନେଟୱାର୍କ ହସ୍ପିଟାଲକୁ ଯାଇଥାନ୍ତି । କହିରଖୁଛୁ କି, ନେଟୱାର୍କ ହସ୍ପିଟାଲଗୁଡିକର ବୀମା କମ୍ପାନୀଙ୍କ ସହ ଏଗ୍ରିମେଣ୍ଟ ହୋଇଥାଏ । ଏହା ପଲିସି ଧାରକଙ୍କୁ କ୍ୟାସଲେସ୍ ଟ୍ରିଟମେଣ୍ଟ ଯୋଗାଇଥାଏ । ଯଦି ଆପଣ ଏହି ହସ୍ପିଟାଲରେ ଚିକିତ୍ସିତ ହୁଅନ୍ତି, ତେବେ ବୀମା କମ୍ପାନୀ ସିଧାସଳଖ ହସ୍ପିଟାଲ ବିଲ୍ ଭରଣା କରିଥାଏ । କିନ୍ତୁ ଅଣ ନେଟୱାର୍କ ହସ୍ପିଟାଲରେ 'co-pay' ଲାଗୁ ହୋଇଥାଏ । ତେଣୁ ପଲିସି ନେବା ସମୟରେ ଆପଣଙ୍କ ପରିସରରେ ନେଟୱାର୍କ ହସ୍ପିଟାଲ ଅଛି ନା ନାହିଁ ତାହା ଭଲ ଭାବେ ଯାଞ୍ଚ କରନ୍ତୁ । ଯଦି ନଥାଏ ଏ ସମ୍ପର୍କରେ କମ୍ପାନୀକୁ ସୂଚନା ଦିଅନ୍ତୁ ଏବଂ ଆଲୋଚନା କରନ୍ତୁ ।

ଏହାମଧ୍ୟ ପଢନ୍ତୁ: Digital lending frauds: ଋଣ ଠକେଇରୁ ବର୍ତ୍ତିବାକୁ ଚାହୁଁଥିଲେ ନିଶ୍ଚୟ ଜାଣନ୍ତୁ ଏହି ନୂଆ ନିୟମ

ଛୋଟ ସହରରେ(tier-2 city) ବସବାସ କରୁଥିବା ବ୍ୟକ୍ତି ସ୍ବାସ୍ଥ୍ୟ ବୀମା ନେବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । କାରଣ ଯଦି ସେ ଚିକିତ୍ସା ପାଇଁ ବଡ ସହରକୁ ଯାଆନ୍ତି, ଏପରି ସ୍ଥଳେ ବୀମା କମ୍ପାନୀ 'co-pay' ଲାଗୁ କରିଥାଏ । ସେଥିପାଇଁ ପଲିସି ଧାରକ ଏହି ଦିଗରେ ଯତ୍ନବାନ ହେବା ଉଚିତ୍ । ସେହିପରି କୌଣସି କର୍ପୋରେଟ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ, ବୀମା କମ୍ପାନୀ 'co-pay' ଲାଗୁ କରିଥାଏ । କାରଣ ଏହି ହସ୍ପିଟାଲରେ ରୁମ୍ ଭଡା ଏବଂ ଆଇସିୟୁ ଚାର୍ଜ ଖୁବ୍ ଅଧିକ ରହିଥାଏ । କିଛି ହସ୍ପିଟାଲର ଭଡା ଦୈନିକ ୮ ହଜାର ମଧ୍ୟ ହୋଇଥାଏ । କେତେକ ବୀମା ପଲିସିରେ ରୁମ୍ ଭଡା ପାଇଁ ନିର୍ଦ୍ଧିଷ୍ଟ ସୀମା ରହିଥାଏ । ଯାହାଠାରୁ ସେମାନେ ଅଧିକ ଭରଣା କରନ୍ତିନାହିଁ । ଏହିସବୁ କ୍ଷେତ୍ରରେ 'co-pay'କୁ ଏଡାଇ ଦିଆଯାଇ ନପାରେ । କମ୍ ବୟସ୍କ ପଲିସିଧାରକ 'co-pay' ସର୍ତ୍ତ ଗ୍ରହଣ କରିପାରିବେ । କିନ୍ତୁ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ 'co-pay' କିମ୍ବା ଏଭଳି କୌଣସି ସର୍ତ୍ତାବଳୀ ବିନା ପଲିସି ନେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.