କାରବାର ଆରମ୍ଭରେ ୪୫୦ ପଏଣ୍ଟ ଉଛୁଳିଲା ସେନସେକ୍ସ, 17,650 ପାର୍ ନିଫ୍ଟି

author img

By

Published : Sep 23, 2021, 1:15 PM IST

କାରବାର ଆରମ୍ଭରେ ୪୫୦ ପଏଣ୍ଟ ଉଛୁଳିଲା ସେନସେକ୍ସ, 17,650 ପାର୍ ନିଫ୍ଟି

ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ କାରବାର ଆରମ୍ଭରେ ୪୫୦ ପଏଣ୍ଟ ବୃଦ୍ଧି ପାଇଲା ସେନସେକ୍ସ । 17,650 ପାର୍ କଲା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ । ଅଧିକ ପଢନ୍ତୁ...

ମୁମ୍ବାଇ: ବୈଶ୍ବିକ ବଜାରରେ ସକରାତ୍ମକ ସଙ୍କେତ ମଧ୍ୟରେ ଉପରମୁହାଁ ସେୟାର ବଜାର । ଗୁରୁବାର ପ୍ରାରମ୍ଭିକ କାରବାର ସମୟରେ ୪୫୦ ପଏଣ୍ଟରୁ ଅଧିକ ଉଛୁଳିଲା ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ । ଆମେରିକା ଫେଡରଲ ରିଜର୍ଭ ସୂଚାଇଛି କି, ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଅର୍ଥନୀତି ସମର୍ଥିତ ପଦକ୍ଷେପଗୁଡିକୁ ସରଳ କରିପାରେ । ଯାହାପରେ ବିଶ୍ବର ସମସ୍ତ ସେୟାର ବଜାରରେ ବୃଦ୍ଧି ଦେଖାଯାଇଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 487.42 ପଏଣ୍ଟ ବୃଦ୍ଧି ସହ 59,414.75 ଥିଲା । ଏହି ସମୟରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି 142.50 ପଏଣ୍ଟ ବା ୦.୮୧ ପ୍ରତିଶତ ବୃଦ୍ଧି ସହ 17,689.15 ପହଞ୍ଚିଥିଲା ।

ସେନସେକ୍ସରେ ସବୁଠୁ ଅଧିକ ୨ ପ୍ରତିଶତ ବୃଦ୍ଧି ଏକ୍ସିସ ବ୍ୟାଙ୍କ କ୍ଷେତ୍ରରେ ହୋଇଛି । ଏହାବ୍ୟତୀତ ଟାଟା ଷ୍ଟିଲ, ବଜାଜ ଫାଇନାନ୍ସ, ଏସବିଆଇ, ରିଲିଆନ୍ସ ଇଣ୍ଡଷ୍ଟ୍ରୀ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟକ ବ୍ୟାଙ୍କ ସେୟାର ମୂଲ୍ୟରେ ବି ବୃଦ୍ଧି ପରିଲକ୍ଷିତ ହୋଇଛି । ଅନ୍ୟପଟେ ଟାଇଟନ ଏବଂ ଟେକ୍ ମହିନ୍ଦ୍ରା ସେୟାର ମୂଲ୍ୟ ହ୍ରାସ ପାଇଛି ।

ଏହାର ପୂର୍ବ ସେସନରେ ସେନସେକ୍ସ 77.94 ପଏଣ୍ଟ ହ୍ରାସ ସହ 58,927.33ରେ ଏବଂ ନିଫ୍ଟି 15.35 ପଏଣ୍ଟ ହ୍ରାସ ସହ 17,546.65ରେ ବନ୍ଦ ହୋଇଥିଲା ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.