କାରବାର ଆରମ୍ଭରେ ଖସିଲା ସେନସେକ୍ସ, 17,700 ତଳେ ନିଫ୍ଟି

author img

By

Published : Sep 30, 2021, 1:11 PM IST

Updated : Sep 30, 2021, 2:14 PM IST

କାରବାର ଆରମ୍ଭରେ ଖସିଲା ସେନସେକ୍ସ, 17,700 ତଳେ ନିଫ୍ଟ

କାରବାର ଆରମ୍ଭରେ ୧୫୦ ପଏଣ୍ଟରୁ ଅଧିକ ଖସିଲା ସେନସେକ୍ସ । 0.28 ପ୍ରତିଶତ ହ୍ରାସ ପାଇ 17,662.15ରେ ପହଞ୍ଚିଲା ନିଫ୍ଟି । ଅଧିକ ପଢନ୍ତୁ...

ମୁମ୍ବାଇ: ବିଦେଶୀ ପାଣ୍ଠିର ନିରନ୍ତର ପ୍ରବାହ ଏବଂ ରିଲିଆନ୍ସ ଇଣ୍ଡଷ୍ଟ୍ରୀ, HDFC ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ସେୟାର ଖସିବା ସହ ଗୁରୁବାର କାରବାର ଆରମ୍ଭରେ ୧୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି ସେନସେକ୍ସ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ୧୭୮.୬୦ ପଏଣ୍ଟ ବା ୦.୩୦ ପ୍ରତିଶତ ଖସି 59,234.67ରେ କାରବାର କରୁଛି । ଏହିଭଳି ଭାବେ ନିଫ୍ଟି 49.15 ପଏଣ୍ଟ ବା 0.28 ପ୍ରତିଶତ ହ୍ରାସ ପାଇ 17,662.15ରେ ପହଞ୍ଚିଛି ।

ସେନସେକ୍ସରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ପାଖାପାଖି ୧ ପ୍ରତିଶତ ସେୟାର ମୂଲ୍ୟ ହ୍ରାସ ସହ ସବୁଠୁ ଅଧିକ କ୍ଷତି ହୋଇଛି । ଏହାପରେ ପାୱାରଗ୍ରୀଡ, କୋଟାକ ବ୍ୟାଙ୍କ, ମାରୁତି, ବଜାଜ ଅଟୋ ଏବଂ ଏକ୍ସିସ ବ୍ୟାଙ୍କର ସେୟାର ଖସିଛି । ଅନ୍ୟପଟେ ଆଜି ଟାଟା ଷ୍ଟିଲ, ଏଲ ଆଣ୍ଡ ଟି, ଏନଟିପିସି, ଭାରତୀ ଏୟାରଟେଲ ଏବଂ ଏଚୟୁଏଲର ସେୟାର ଚମକି ଥିବା ଦେଖାଯାଇଛି ।

ପୂର୍ବ କାରବାର ସମୟରେ ସେନସେକ୍ସ 0.43 ହ୍ରାସ ପାଇ 59,413.27 ଏବଂ ନିଫ୍ଟ 0.21 ହ୍ରାସ ସହ 17,711.30ରେ ବନ୍ଦ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 30, 2021, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.