ଚମକିଲା ସେୟାର ବଜାର: 59000 ପାର୍ ସେନସେକ୍ସ, ଅଟୋ-ଟେଲିକମ ସେୟାରରେ ହଲଚଲ

author img

By

Published : Sep 16, 2021, 8:49 PM IST

ଚମକିଲା ସେୟାର ବଜାର; 59000 ପାର୍ ସେନସେକ୍ସ, ଅଟୋ-ଟେଲିକମ ସେୟାରରେ ହଲଚଲ

ସେୟାର ବଜାରରେ ନୂଆ ରେକର୍ଡ । 59000 ପାର୍ କଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ । ରେକର୍ଡ ସ୍ତରରେ ନିଫ୍ଟ । ଅଧିକ ପଢନ୍ତୁ...

ମୁମ୍ବାଇ: ସେୟାର ବଜାରରେ ନୂଆ ରେକର୍ଡ । ଆଜି(ଗୁରୁବାର) ପୁଣି ନୂଆ ରେକର୍ଡ ସ୍ତର ଛୁଇଁଛି ସେନସେକ୍ସ ଓ ନିଫ୍ଟ । ଗୁରୁବାର ପୂର୍ବାହ୍ନ 1.36 ମିନିଟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 59000 ପାର୍ କରିଛି । ସରକାରଙ୍କ ଦ୍ବାରା ରିଲିଫ୍ ପ୍ୟାକେଜ ଘୋଷଣା ପରେ ଆଜି ଅଟୋ ଓ ଟେଲିକମ ସେୟାରରେ ହଲଚଲ ଦେଖାଯାଇଛି ।

ସକାଳେ ବିଏସଇ ସେନସେକ୍ସ 158 ପଏଣ୍ଟ ବୃଦ୍ଧି ସହ 58, 881.04ରେ ଖୋଲିଥିଲା । କାରବାର ଶେଷରେ ସେନସେକ୍ସ 417.96 ପଏଣ୍ଟ ଉଛୁଳି ସମସ୍ତ ରେକର୍ଡ ଭାଙ୍ଗି 59, 141.16ରେ ପହଞ୍ଚିଥିଲା ।

ଏହିଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ଆଜି 110.05 ପଏଣ୍ଟ ବୃଦ୍ଧି ସହ ରେକର୍ଡ ସ୍ତର 17,629.50ରେ ବନ୍ଦ ହୋଇଥିଲା । ଏହା 20 ପଏଣ୍ଟ ଉଛୁଳି 17, 539.20ରେ ଖୋଲିଥିଲା । ଅପରାହ୍ନ 3 ଟା ପାଖାପାଖି ନିଫ୍ଟି ନିଉ ଅଲ ଟାଇମ ହାଇ ଲେବଲ 17, 644.60ରେ ପହଞ୍ଚି ଯାଇଥିଲା ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ବୁଧବାର ଅଟୋ ଓ ଟେଲିକମ ସେକ୍ଟର ପାଇଁ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି । ଯାହାପରେ ଟେଲିକମ ଓ ଅଟୋ ସେୟାରରେ ଧୁମ୍ ମଚି ଯାଇଛି । ଆଜି ଭାରତୀ ଏୟାରଟେଲ ପାଖାପାଖି 2.5 ପ୍ରତିଶତ ବୃଦ୍ଧି ସହ ସକାଳେ 743.90 ଟଙ୍କାରେ ପହଞ୍ଚି ଯାଇଥିଲା । ହେଲେ ପରେ ଏହା ଲାଲ୍ ମାର୍କକୁ ଚାଲି ଯାଇଥିଲା । ଅନ୍ୟପଟେ ଭୋଡାଫୋନ, ଆଇଡିଆ ପାଖପାଖି 15 ପ୍ରତିଶତ ବୃଦ୍ଧି ସହ ଆଜି 10.26 ଟଙ୍କା ଯାଏଁ ଯାଇଥିଲା ।

ଅନୀଲ ଅମ୍ବାନୀଙ୍କ ରିଲିଆନ୍ସ କମ୍ୟୁନିକେସନ(R com)ରେ 5 ପ୍ରତିଶତର ଅପର ସର୍କିଟ ଲଗାଇବାକୁ ପଡିଥିଲା ଏବଂ ଏହା 3.42 ଟଙ୍କାରେ ପହଞ୍ଚିଥିଲା । ଅଟୋ କମ୍ପାନୀ ମଧ୍ୟରେ ମାରୁତି ସୁଜୁକି ସାମାନ୍ୟ ବୃଦ୍ଧି ସହ 6,940 ଟଙ୍କାରେ ପହଞ୍ଚି ଥିଲା । ଏହା ମଧ୍ୟ ପରେ ଲାଲ୍ ମାର୍କକୁ ଚାଲି ଯାଇଥିଲା । ଟାଟା ମୋଟର୍ସର ମାରୁତି ଭଳି ସମାନ ସ୍ଥିତି ଦେଖା ଦେଇଥିଲା । ହିରୋ ମୋଟରକର୍ପ ପାଖାପାଖି 1.5 ପ୍ରତିଶତ ବୃଦ୍ଧି ସହ 2913.40 ଟଙ୍କାକୁ ଚାଲି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.