ଡଲାର ମୁକାବିଲାରେ 2 ପଇସା ମଜବୁତ ହେଲା ଟଙ୍କା

author img

By

Published : Sep 15, 2021, 9:45 PM IST

ଡଲାର ମୁକାବିଲାରେ 2 ପଇସା ମଜବୁତ ହେଲା ଟଙ୍କା

ବୁଧବାର କାରବାର ଆରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଦୁଇ ପଇସା ମଜବୁତ ହେଲା ଟଙ୍କା । ଯାହାଦ୍ବାରା ଟଙ୍କାର ବିନିମୟ ମୂଲ୍ୟ 73.66 ଟଙ୍କା ରହିଛି । ଅଧିକ ପଢନ୍ତୁ..

ମୁମ୍ବାଇ: ଭାରତୀୟ ମୁଦ୍ରା ବୁଧବାର କାରବାର ଆରମ୍ଭରେ ଆମେରିକୀୟ ଡଲାର ତୁଳନାରେ ଦୁଇ ପଇସା ମଜବୁତ ହୋଇ 73.66ରେ ଖୋଲିଛି । ଆମେରିକା ମୁଦ୍ରାସ୍ଫୀତିର ପରିସଂଖ୍ୟାନ ଜାରି ହେବା ପୂର୍ବରୁ ଡଲାରରେ ବୃଦ୍ଧି ଦେଖାଯାଇଥିଲା । ଯାହାଫଳରେ ଘରୋଇ ମୁଦ୍ରା ଏକ ସୀମିତ ପରିଧି ମଧ୍ୟରେ କାରବାର କରିଥିଲା ।

ବିଦେଶୀ ମୁଦ୍ରା ବ୍ୟବସାୟୀଙ୍କ କହିବା କଥା, ଏହାବ୍ୟତୀତ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଘରୋଇ ମୁଦ୍ରା ଏକ ସୀମିତ ସୀମା ମଧ୍ୟରେ କାରବାର କରିଛି । ଅନ୍ତରବ୍ୟାଙ୍କ ବିଦେଶୀ ମୁଦ୍ରା ବିନିୟମ ବଜାରରେ ଟଙ୍କା ଡଲାର ମୁକାବିଲାରେ 73.68ରେ ଖୋଲିଥିଲା । ଏହାପରେ ନିଜ ପୂର୍ବ ବନ୍ଦ ମୂଲ୍ୟ ତୁଳନାରେ ଦୁଇ ପଇସା ବଢି 73.66ରେ ପହଞ୍ଚିଥିଲା ।

ପ୍ରାରମ୍ଭିକ କାରବାର ମଧ୍ୟରେ ଟଙ୍କା 73.71ରୁ କମ୍ ସ୍ତରରେ ରହିଥିଲା । ଟଙ୍କା ମଙ୍ଗଳବାର ଆମେରିକୀୟ ଡଲାର ମୁକାବିଲାରେ 73.68ରେ ବନ୍ଦ ହୋଇଥିଲା । ଇତିମଧ୍ୟରେ ଦୁନିଆର ଛଅ ପ୍ରମୁଖ ମୁଦ୍ରାର ସମକ୍ଷ ଡଲାରର ସୁଦୃଢତାକୁ ଦର୍ଶାଉଥିବା ଡଲାର ସୂଚକାଙ୍କ 0.01 ପ୍ରତିଶତ ବଢି 92.63 ପଏଣ୍ଟରେ ପହଞ୍ଚିଥିଲା ।

ବୈଶ୍ବିକ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ଫ୍ୟୁଚର ବ୍ୟାରେଲ ପ୍ରତି 0.63 ପ୍ରତିଶତ ବୃଦ୍ଧି ପାଇ 74.06 ଡଲାର ରହିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.