ବେଲଗାମ ତୈଳଦର: ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍

author img

By

Published : Oct 3, 2021, 10:25 AM IST

ବେଲଗାମ ତୈଳଦର: ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍

ଖାଉଟିଙ୍କ ଉପରେ ମହଙ୍ଗା ମାଡ । କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରିଛନ୍ତି ତୈଳ କମ୍ପାନୀ । ଜାଣନ୍ତୁ କ'ଣ ରହିଛି ଆଜିର ଦର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ତୈଳ ଦରରେ ନିଆଁ । ଗୋଟିଏ ପଟେ ମହଙ୍ଗା ମାଡରେ ସାଧାରଣ ଖାଉଟି ଆଉଟୁପାଉଟୁ ହେଉଥିବାବେଳେ ଅଧିକ ଅତିଷ୍ଠ କରୁଛି ତୈଳ । ପୁଣି ଥରେ ଦେଶର ନୂଆ ରେକର୍ଡ କରିଛି ପେଟ୍ରୋଲ-ଡିଜେଲ । କ୍ରମାଗତ ଚତୁର୍ଥ ଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରିଛନ୍ତି ତୈଳ କମ୍ପାନୀ । ଆଜି ପେଟ୍ରୋଲ ପ୍ରତି ଲିଟର ପିଛା ୨୫ ପଇସା ଓ ଡିଜେଲ ୩୦ ପଇସା ମହଙ୍ଗା ହୋଇଛି ।

ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀର ତାଜା ଅପଡେଟ ଅନୁସାରେ, ଆଜି(ରବିବାର) ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ୩୦ ପଇସା ବୃଦ୍ଧି ହୋଇଛି । IOCL ଅନୁଯାୟୀ, ଦେଶର ଚାରି ମହାନଗର ତୁଳନାରେ ମୁମ୍ବାଇରେ ଅଧିକ ରହିଛି ତୈଳ ଦର ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶବ୍ୟାପୀ ଯାନବାହନ ଇନ୍ଧନ ମହଙ୍ଗା ହୋଇଛି । ଗତ କିଛି ଦିନ ମଧ୍ୟରେ ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପିଛା 78 ଡଲାରରେ ପହଞ୍ଚିଛି । ଦେଶର ବିଭିନ୍ନ ପ୍ରମୁଖ ସହରଗୁଡିକରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ରହିଥିବାବେଳେ ଆଉ କିଛି ଜାଗାରେ ୧୦୦ ପାର୍ କରିଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହେଉଥିବା ଟିକସ ଏବଂ ପରିବହନ ବ୍ୟୟରେ ଅନ୍ତର ଯୋଗୁଁ ବିଭିନ୍ନ ସହରରେ ଦାମ୍ ଭିନ୍ନ ରହିଛି ।

କହିରଖୁଛୁ କି, ବିଦେଶୀ ମୁଦ୍ରା ମୂଲ୍ୟ ସହ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ଦର ଆଧାରରେ ପ୍ରତିଦିନ ତୈଳ ଦର ଅପଡେଟ ହୋଇଥାଏ । ତୈଳ ମାର୍କେଟିଂ କମ୍ପାନୀ ଦର ସମୀକ୍ଷା କରିବା ପରେ ପେଟ୍ରୋଲ-ଡିଜେଲ ରେଟ୍ ଧାର୍ଯ୍ୟ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.